ମା’ ପାଖରେ ଶୋଇଥିଲେ ଭାଇଭଉଣୀ, କାମୁଡ଼ି ଦେଲା ସାପ

ଆଳି(ବନମାଳି ସାହୁ): ରାତିରେ ମା’ ପାଖରେ ଶୋଇଥିଲେ ଭାଇଭଉଣୀ। ହେଲା ଭାବି ନ ଥିଲେ ପରଦିନ ସକାଳ ଦେଖିପାରିବେନି ବୋଲି। ରାତିରେ ହିଁ ବିଷଧର ସାପ କାମୁଡ଼ାରୁ ଆଖି ବୁଜିଲେ ଭାଇଭଉଣୀ। ଏପରି ହୃଦୟ ବିଦାରକ ଘଟଣା କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଘଟିଛି। ମୃତକଦ୍ୱୟ ହେଲେ ଅରୁଣ କୁମାର ଦାଶଙ୍କର ୧୧ବର୍ଷର ପୁଅ ଅଭିଷେକ, ଓ ୩ବର୍ଷର ଝିଅ ଭୂମିକା। ସୂଚନା ଅନୁଯାୟୀ, ଗତ କାଲି ରାତିରେ  ମା’ଙ୍କ ପାଖରେ ଅଭିଷେକ […]

snake

Niharika Rout
  • Published: Saturday, 08 May 2021
  • , Updated: 08 May 2021, 09:08 AM IST

ଆଳି(ବନମାଳି ସାହୁ): ରାତିରେ ମା’ ପାଖରେ ଶୋଇଥିଲେ ଭାଇଭଉଣୀ। ହେଲା ଭାବି ନ ଥିଲେ ପରଦିନ ସକାଳ ଦେଖିପାରିବେନି ବୋଲି। ରାତିରେ ହିଁ ବିଷଧର ସାପ କାମୁଡ଼ାରୁ ଆଖି ବୁଜିଲେ ଭାଇଭଉଣୀ। ଏପରି ହୃଦୟ ବିଦାରକ ଘଟଣା କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଘଟିଛି। ମୃତକଦ୍ୱୟ ହେଲେ ଅରୁଣ କୁମାର ଦାଶଙ୍କର ୧୧ବର୍ଷର ପୁଅ ଅଭିଷେକ, ଓ ୩ବର୍ଷର ଝିଅ ଭୂମିକା।

ସୂଚନା ଅନୁଯାୟୀ, ଗତ କାଲି ରାତିରେ  ମା’ଙ୍କ ପାଖରେ ଅଭିଷେକ ଓ ଭୂମିକା ଶୋଇଥିଲେ। ହେଲେ ବିଳମ୍ୱିତ ରାତିରେ ପ୍ରଥମେ ଅଭିଷେକର ହାତକୁ ଓ ପରେ ଭୂମିକାକୁ ସାପ କାମୁଡି ଦେଇଥିଲା। ଉଭୟଙ୍କ ଚିତ୍କାର କରିବାରୁ ଘର ଲୋକେ ଉଠିପଡ଼ି  ସାପ ଦେଖିଥିଲେ ।

ଏହାପରେଚିକିତ୍ସା ପାଇଁ ପ୍ରଥମେ ଉଭୟଙ୍କୁ  ଯାଜପୁର ହସ୍ପିଟାଲ  ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।  ଏହାକୁ ନେଇ ଗୋବିନ୍ଦପୁର ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

Related story