ଏମିତି ଭାଇ ଜଗତେ ନାହିଁ; କଅଁଳ କାନ୍ଧରେ ୨ ଭଉଣୀଙ୍କ ଦାୟିତ୍ୱ

ବାଲିଗୁଡ଼ା(ଅଜିତ ନାୟକ):  ପିଲାଙ୍କ ଅଳିଅର୍ଦ୍ଦଳି ସହି ସେମାନଙ୍କ ପାଖରେ ସବୁ ସୁଖ ଅଜାଡ଼ି ଦେଇଥାନ୍ତି ବାପାମା’ । ମା’ ନିଜ ପଣତ କାନିରେ ପିଲାର ମୁହଁ ପୋଛି ଦେଉଥିବା ବେଳେ ବାପା ସାଜିଥାଏ ସୁରକ୍ଷା ପ୍ରାଚୀର । ହେଲେ  ପିଲା ବେଳୁ  ବାପାମା’ ସୁଖରୁ ଦୂରେଇ ରହିଥିବା ୨ ହତଭାଗା ଭଉଣୀଙ୍କ ପାଇଁ ସେମାନଙ୍କ ଭାଇ ତୁଲାଉଛି ଏହି ଦାୟିତ୍ୱ । ସାନ ବୟସରୁ ମୁଣ୍ଡାଉଛି ବଡ଼ ଦାୟିତ୍ୱ। ରୋଷେଇ କରି ୨ ଭଭଣୀଙ୍କ ମୁହଁରେ ଆହର […]

pic

  • Published: Friday, 28 October 2022
  • , Updated: 28 October 2022, 11:26 AM IST

ବାଲିଗୁଡ଼ା(ଅଜିତ ନାୟକ):  ପିଲାଙ୍କ ଅଳିଅର୍ଦ୍ଦଳି ସହି ସେମାନଙ୍କ ପାଖରେ ସବୁ ସୁଖ ଅଜାଡ଼ି ଦେଇଥାନ୍ତି ବାପାମା’ । ମା’ ନିଜ ପଣତ କାନିରେ ପିଲାର ମୁହଁ ପୋଛି ଦେଉଥିବା ବେଳେ ବାପା ସାଜିଥାଏ ସୁରକ୍ଷା ପ୍ରାଚୀର । ହେଲେ  ପିଲା ବେଳୁ  ବାପାମା’ ସୁଖରୁ ଦୂରେଇ ରହିଥିବା ୨ ହତଭାଗା ଭଉଣୀଙ୍କ ପାଇଁ ସେମାନଙ୍କ ଭାଇ ତୁଲାଉଛି ଏହି ଦାୟିତ୍ୱ । ସାନ ବୟସରୁ ମୁଣ୍ଡାଉଛି ବଡ଼ ଦାୟିତ୍ୱ। ରୋଷେଇ କରି ୨ ଭଭଣୀଙ୍କ ମୁହଁରେ ଆହର ଦେବାଠୁ ଆରମ୍ଭ କରି ସେମାନଙ୍କ ଅଳି ଅଝଟ ବି ସହୁଛି। ୨ ଭଉଣୀ ହେତୁ ପାଇବା ଦିନରୁ  ନିଜ ପାଖରେ ଭାଇକୁ ହିଁ ପାଇଛନ୍ତି। ହେଲେ ଏବେ ବଞ୍ଚିବା ଦୁର୍ବିସହ ହୋଇ ପଡ଼ିବାରୁ ନିଜ ୨ ଭଉଣୀଙ୍କ ଭବିଷ୍ୟତ ପାଇଁ ସରକାରୀ ସହାୟତା ଲୋଡ଼ିଛନ୍ତି ଭାଇ । ଏପରି ସ୍ପର୍ଶକାତର ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ପୁସାଙ୍ଗିଆ ଗ୍ରାମରେ ଦେଖିବାକୁ ମିଳିଛି।

ସଂସାର କହିଲେ ଭାଇ ଶ୍ରୀତମ ପାତ୍ର ଓ ୨ କୁନି କୁନି ଭଉଣୀ ଶ୍ରୀୟା ପାତ୍ର ଓ ସମ୍ପୂର୍ଣ୍ଣା ପାତ୍ର । ବାପା ବିକ୍ରମ ପାତ୍ର ବହୁ ଦିନ ତଳୁ ପେଟ ରୋଗରେ ଆର ପାରିକୁ ଚାଲି ଯାଇଥିବା ବେଳେ ମା’ ସୂର୍ଯ୍ୟକାନ୍ତୀ ପାତ୍ର ଘର ଛାଡ଼ି ଚାଲି ଯାଇଛନ୍ତି। ଶ୍ରୀତମଙ୍କର ଜଣେ ବଡ଼ ଭାଇ ଥିବା ବେଳେ ସେ କିନ୍ତୁ ବିବାହ ପରେ ନିଜ ଶ୍ୱଶୁର ଘରେ ରହୁଛନ୍ତି। ତେଣୁ ଘର କହିଲେ ଶ୍ରୀତମ ଓ ତାଙ୍କ ୨ ଭଉଣୀ। ଏକ ଭଙ୍ଗା ଦଦରା, ନୂଆଁଣିଆ ଚାଳ ଘରେ ଏକା ଏକା  ଜୀବନ ସଂଘର୍ଷ ଲଢ଼ି ଚାଲିଛନ୍ତି ଶ୍ରୀତମ ।

[caption id="attachment_777273" align="aligncenter" width="650"] ୨ ଭଉଣୀଙ୍କୁ ଖାଇବାକୁ ଦେଉଛନ୍ତି ଶ୍ରୀତମ ।[/caption]

ସବୁ ଆଡ଼ୁ ଅସହାୟ ହୋଇ ପଡ଼ିଥିବା ଶ୍ରୀତମଙ୍କ କାନ୍ଧରେ ନିଜ ୨ ଭଉଣୀଙ୍କ ଦାୟିତ୍ୱ ।  ପ୍ରାୟ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ସେ ୨ ଭଉଣୀଙ୍କ ମୁହଁରେ ଦାନା ଦେବାକୁ କରି ଚାଲିଛନ୍ତି ସଂଘର୍ଷ। ଏଥିପାଇଁ ରାତି ପାହିଲେ କାମ ଚିନ୍ତା।  କାମ ଯୋଗାଡ଼ କରି କିଛି ଟଙ୍କା ରୋଜଗାର କଲେ ସେମାନଙ୍କ ଚୁଲି ଜଳେ। ଆଉ ୨ ଭଉଣୀଙ୍କୁ ନିଜେ ଶ୍ରୀତମ ହିଁ ରୋଷେଇ କରି ଖାଇବାକୁ ଦେଇଥାନ୍ତି।  ଯାହା ବଳେ ତାଙ୍କ ପେଟକୁ ଯାଏ।

୨ ଭଉଣୀ ଏବେ ସ୍କୁଲରେ ପଢ଼ୁଥିବା ବେଳେ ଦଶମ ପରେ ନିଜ ପାଠପଢ଼ାରେ ଡୋରି ବାନ୍ଧି ଦେଇଛନ୍ତି ଶ୍ରୀତମ । ଏମିତିକି ସେ ନିଜ ଦୁଇ ଭଉଣୀର ମୁଣ୍ଡ କୁଣ୍ଡାଇ ଦେବା ଠାରୁ ଆରମ୍ଭ କରି ସେମାନଙ୍କୁ ସ୍କୁଲ ପାଇଁ ମଧ୍ୟ ପ୍ରସ୍ତୁତ କରୁଛନ୍ତି। ନିଜେ ପଢ଼ି ନ ପାରିଲେ ବି ୨ ଭଉଣୀଙ୍କୁ କିନ୍ତୁ  ପାଠ ପଢିବାକୁ ଉତ୍ସାହିତ କରୁଛନ୍ତି।  ହେଲେ ଏବେ ସେମାନଙ୍କ  ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ସରକାରୀ ସାହାଯ୍ୟ ଲୋଡିଛନ୍ତି ଶ୍ରୀତମ।

[caption id="attachment_777274" align="aligncenter" width="650"] ଖଟି ଆଣି ଚୁଲିରେ ରୋଷେଇ କରୁଛନ୍ତି ଶ୍ରୀତମ ।[/caption]

ଏନେଇ ଶ୍ରୀତମ କହିଛନ୍ତି, ବାପା ମରି ଯାଇଥିବା ବେଳେ ମା’ କୁଆଡ଼େ ଚାଲି ଯାଇଛନ୍ତି। ମା’ ଯିବାର ୫,୬ ବର୍ଷ ହେଲାଣି। ୨ ଭଉଣୀଙ୍କୁ ଧରି ବହୁ ଅସୁବିଧାରେ ରହିଛି।   ଯାହା ରୋଜଗାର କରୁଛି ସେଥିରେ ଆମେ ଖାଇପିଇ ରହିଛୁ। କେତେବେଳେ ପେଟ ପୁରୁଛି ତ କେତେବେଳେ ଉପାସ ରହୁଛୁ।  ବହୁ ଅସୁବିଧାରେ ଚଳୁଛୁ। ଭଉଣୀ ୨ ଜଣଙ୍କୁ ହଷ୍ଟେଲ କି ଆଶ୍ରମରେ ରଖିଦେଲେ ସେମାନେ ଭଲ ଶିକ୍ଷା ପାଇପାରନ୍ତେ, ମୁଁ ବି କାମ ପାଇଁ ବାହାରକୁ ଯାଇପାରନ୍ତି ବୋଲି କହିଛନ୍ତି ଶ୍ରୀତମ ।

[caption id="attachment_777275" align="aligncenter" width="650"] ପାଠ ପଢ଼ାରେ ମଗ୍ନ ୨ ଭଉଣୀ ।[/caption]

ଆମ ଭାଇ ଆମର ସବୁକିଛି । ସେ ଆମକୁ ପୋଷୁଛି, ରୋଷେଇ ବି କରିକି ଦଉଛି। ସେ କାମକୁ ଯାଇ ଟଙ୍କା ଆଣିଲେ ଆମ ଚୁଲି ଜଳେ।  ଆମେ ବହୁ କଷ୍ଟରେ ଅଛୁ ବୋଲି କହିଛନ୍ତି ୨ ନିରୀହ ଭଉଣୀ।

ଏନେଇ କନ୍ଧମାଳ ଜିଲ୍ଲା ଚାଇଲଡ ଲାଇନ୍‌ ଡାଇରେକ୍ଟର ରବି ପଣ୍ଡା କହିଛନ୍ତି, ଚାଇଲଡ ଲାଇନ୍‌ ଟିମ୍‌ ଯାଇ ଘଟଣାର ତଦନ୍ତ କରିବେ। ସେମାନେ ନିରାଶ୍ରୟ ଭାବେ ଥିବା ଖବର ପାଇଛି। ୨ ଭଉଣୀଙ୍କୁ  ଫୁଲବାଣୀ ଶିଶୁ ମଙ୍ଗଳ କମିଟିରେ ହାଜର କରାଯିବ । ଏହାପରେ ସେମାନଙ୍କୁ ଶିଶୁ ପରିଚର୍ଯ୍ୟା ଅନୁଷ୍ଠାନରେ ଥଇଥାନ କରାଯିବାର ବ୍ୟବସ୍ଥା କରାଯିବ ।

Related story