ବ୍ରାଉନସୁଗର କାରବାର: ପୁଅ ଯାଇଥିଲା ଜେଲ, ଏବେ ମା’ ଗିରଫ

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ବ୍ରାଉନସୁଗର କାରବାର କରି ଆଗ ପୁଅ ଯାଇଥିଲା ଜେଲ୍, ଆଉ ଏବେ ମାଆକୁ ବାନ୍ଧିଲା ପୁଲିସ। ଢେଙ୍କାନାଳ ଜିଲ୍ଲା ଲକ୍ଷ୍ମୀ ବଜାରରେ ଶାନ୍ତିଲତା ସ୍ୱାଇଁ ନାମକ ଜଣେ ମହିଳା ଦୀର୍ଘଦିନ ଧରି ବ୍ରାଉନସୁଗର ବେପାର କରୁଥିଲେ। ହେଲେ ଆଜି ଅବକାରୀ ବିଭାଗ ହାତରେ ଧରାପଡ଼ିଛନ୍ତି। ଅବକାରୀ ବିଭାଗ ଚଢ଼ାଉ କରି ତାଙ୍କ ଠାରୁ ୬୮ ଗ୍ରାମ ବ୍ରାଉନ ସୁଗର ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ୮୦ ହଜାର ଟଙ୍କା […]

Untitled-1

  • Published: Saturday, 10 December 2022
  • , Updated: 10 December 2022, 04:56 PM IST

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ବ୍ରାଉନସୁଗର କାରବାର କରି ଆଗ ପୁଅ ଯାଇଥିଲା ଜେଲ୍, ଆଉ ଏବେ ମାଆକୁ ବାନ୍ଧିଲା ପୁଲିସ। ଢେଙ୍କାନାଳ ଜିଲ୍ଲା ଲକ୍ଷ୍ମୀ ବଜାରରେ ଶାନ୍ତିଲତା ସ୍ୱାଇଁ ନାମକ ଜଣେ ମହିଳା ଦୀର୍ଘଦିନ ଧରି ବ୍ରାଉନସୁଗର ବେପାର କରୁଥିଲେ। ହେଲେ ଆଜି ଅବକାରୀ ବିଭାଗ ହାତରେ ଧରାପଡ଼ିଛନ୍ତି।

ଅବକାରୀ ବିଭାଗ ଚଢ଼ାଉ କରି ତାଙ୍କ ଠାରୁ ୬୮ ଗ୍ରାମ ବ୍ରାଉନ ସୁଗର ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ୮୦ ହଜାର ଟଙ୍କା ହେବ। ପୂର୍ବରୁ ଏହି ବ୍ରାଉନ ସୁଗର କାରବାର ମାମଲାରେ ପୁଲିସ ଶାନ୍ତିଲତାଙ୍କ ପୁଅକୁ  ବାନ୍ଧିଥିଲା।

ସେହିପରି ଅନ୍ୟ ଏକ ଘଟଣାରେ ସ୍ଥାନୀୟ ମହିଶାପାଟ ନିକଟରୁ ୫କେଜି ଗଞ୍ଜେଇ ସହ ଆଉ ଜଣେ ଯୁବକଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଯୁବକଙ୍କର ଘର ଢେଙ୍କାନାଳ ଶଙ୍କରପୁର ଅଞ୍ଚଳରେ ବୋଲି ଜଣାପଡିଛି। ରିତିମତ ସେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ।

ତେବେ ଗିରଫ ଦୁଇ ବ୍ୟକ୍ତି ଏହି ନିଶା ସାମଗ୍ରୀ କେଉଁଠୁ ଆଣୁଥିଲେ ଓ କାହାକୁ ବିକୁଥିଲେ ସେ ନେଇ ଅଧିକ ତଦନ୍ତ ଜାରି ରହିଥିବା ଢେଙ୍କାନାଳ ଅବକାରୀ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।

Related story