- Videos
- Odisha
- ରାଜଧାନୀରେ ଚାଲିଛି ‘ଧଳା ଜହର’ କାରବାର; ୩ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ
ରାଜଧାନୀରେ ଚାଲିଛି ‘ଧଳା ଜହର’ କାରବାର; ୩ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ
- Published: Friday, 27 July 2018
- , Updated: 27 July 2018, 11:38 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଡ୍ରଗ୍ସ କାରବାରର ପେଣ୍ଠସ୍ଥଳ ପାଲଟିଲାଣି। ବାରମ୍ବାର ଚଢ଼ଉ ସତ୍ତ୍ୱେ ନିଶା କାରବାର କମୁନାହିଁ। ଆଜି ହଳଦୀପଡ଼ିଆ କେଉଟସାହିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ସେଠାରୁ ୩ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ କରାଯାଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।</p>
<p>କିଛି ମାସ ହେବ ନିୟମିତ ବ୍ୟବଧାନରେ ହଳଦୀପଡ଼ିଆ ବସ୍ତିରୁ ଡ୍ରଗ୍ସ ଜବତ ହେଉଛି। ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ କରାଯାଉଥିଲେ ମଧ୍ୟ ଡ୍ରଗ୍ସ ବେପାରୀଙ୍କ କାରବାର କମୁନାହିଁ। ତେବେ ଚଢ଼ଉର କିଛି ଦିନ ପରେ ପୁଣି ସେମାନେ ବେଧଡ଼କ ଭାବେ ନିଜ କାରବାର ଆରମ୍ଭ କରି ଦେଉଛନ୍ତି।</p>