ପୁରୀ(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ଧରି ପୁରୀ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ବ୍ରାଉନସୁଗର ଜବତ ମାମଲା ସାମନାକୁ ଆସୁଥିବା ବେଳେ ଏହା ଏବେ ପୁଲିସ୍ର ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି। ଭୁବନେଶ୍ୱରରୁ ପୁରୀକୁ ଚାଲାଣ ହେଉଥିବା ବେଳେ ୨୭୩ ଗ୍ରାମ ବ୍ରାଉନ୍ସୁଗର ଜବତ କରିଛି ପୁଲିସ୍ । ଚନ୍ଦନପୁର ନିକଟରେ ଜଣେ ମହିଳାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ଅଭିଯୁକ୍ତଙ୍କ ବାଲେଶ୍ୱର ଲିଙ୍କ୍ ଥିବାରୁ ଏହି କାରବାର କେଉଁ ଯାଏଁ ଲମ୍ବିଛି ତାକୁ ନେଇ ଖୋତଳାଡ଼ କରାଯାଉଛି ।
ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜଳେଶ୍ୱରର ଶେଖ ସମତୁଲ୍ଲା ଓ ତାଙ୍କ ପତ୍ନୀ ଅପସାନା ବିବି, ଶେଖ ସାଜନ ଏବଂ ପୁରୀ ମଙ୍ଗଳା ସାହିର ପ୍ରକାଶ ବେହେରା । ଏଥିସହ ଚାଲାଣରେ ବ୍ୟବହୃତ କାର୍, ମୋବାଇଲ୍କୁ ଜବତ କରି ଅଧିକ ତଦନ୍ତ କରୁଛି ପୁଲିସ୍।
ଆଗକୁ ପଢ଼ନ୍ତୁ : ମାତିଲେ ଲୁଟେରା ଗ୍ୟାଙ୍ଗ, ୨ଜଣଙ୍କ ଘରେ କଳା କନା ବୁଲାଇଲେ