ରାଜଧାନୀରୁ ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରୁ ପୁଣି ଧରାପଡ଼ିଲା ୧୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ। ଭୁବନେଶ୍ୱର ବାଣୀବିହାର ଛକ ନିକଟରେ ବ୍ରାଉନସୁଗାର ରଖି ବିକ୍ରି କରୁଥିବା ବେଳେ ଅଭିଯୁକ୍ତ ଏସ୍. ଉମାଶଙ୍କର ରାଓକୁ ଗିରଫ କରିଛି ଅବକାରୀ ବିଭାଗ। ତା’ ନିକଟରୁ ୧୭୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଏସ୍. ଉମାଶଙ୍କର ରାଓ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ବ୍ରାଉନସୁଗାର ଆଣି ଏଠାରେ ଦୁଇ ବର୍ଷ ହେଲା ବିକ୍ରି କରୁଥିଲା। ଏଥିପାଇଁ ତାର କୋର୍ଡ ଓ୍ୱାର୍ଡ ରହିଥିଲା ‘ରସୁଣ’। ଜଣେ […]

brown-suger

Manoranjan Sial
  • Published: Wednesday, 06 March 2019
  • , Updated: 06 March 2019, 10:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରୁ ପୁଣି ଧରାପଡ଼ିଲା ୧୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ। ଭୁବନେଶ୍ୱର ବାଣୀବିହାର ଛକ ନିକଟରେ ବ୍ରାଉନସୁଗାର ରଖି ବିକ୍ରି କରୁଥିବା ବେଳେ ଅଭିଯୁକ୍ତ ଏସ୍. ଉମାଶଙ୍କର ରାଓକୁ ଗିରଫ କରିଛି ଅବକାରୀ ବିଭାଗ। ତା’ ନିକଟରୁ ୧୭୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି।

ଏସ୍. ଉମାଶଙ୍କର ରାଓ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ବ୍ରାଉନସୁଗାର ଆଣି ଏଠାରେ ଦୁଇ ବର୍ଷ ହେଲା ବିକ୍ରି କରୁଥିଲା। ଏଥିପାଇଁ ତାର କୋର୍ଡ ଓ୍ୱାର୍ଡ ରହିଥିଲା ‘ରସୁଣ’। ଜଣେ ଗ୍ରାହକ ‘ରସୁଣ’ କହିବା ମାତ୍ରେ ମିଳିଯାଉଥିଲା ପୁଡ଼ିଆ। ଯାହାର ଦାମ ୪୦୦ ଟଙ୍କା।

Related story