ବିଏସ୍ଏଫ୍ ବିମାନ ଦୁର୍ଘଟଣାରେ ସହିଦ ଓଡ଼ିଆ ଯବାନ କିଶୋର ରାଉତଙ୍କ ଶେଷକୃତ୍ୟ ଆଜି

କେନ୍ଦ୍ରାପଡା: ଦିଲ୍ଲୀ ବିଏସ୍ଏଫ୍ ବିମାନ ଦୁର୍ଘଟଣାରେ ସହିଦ ଓଡ଼ିଆ ଯବାନ କିଶୋର ରାଉତଙ୍କ ଗାଁରେ ଶୋକର ଛାୟା ଖେଳିଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଦେଉଳତରାରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। କିଶୋରଙ୍କ ମାଆ ପୁଅକୁ ବାହୁନି ବାହୁନି କାନ୍ଦୁ ଥିବାବେଳେ ପୁଅ ସହିଦ ହୋଇଥିବା ନେଇ ଆଉ କିଛି ପରିବାର ସଦସ୍ୟ ଗର୍ବ ଅନୁଭବ କରିଛନ୍ତି। କିଶୋରଙ୍କ ମରଶରୀରକୁ ସ୍ୱତନ୍ତ୍ର ବିମାନ ଯୋଗେ ଆଜି ଭୁବନେଶ୍ୱର ଅଣାଯିବ। ପରେ ଦେଉଳତରା ଗାଁକୁ ନିଆଯାଇ ସେଠାରେ ଶେଷକୃତ୍ୟ […]

kishore ROUT (1)

Rakesh Mallick
  • Published: Wednesday, 23 December 2015
  • , Updated: 23 December 2015, 06:50 AM IST

କେନ୍ଦ୍ରାପଡା: ଦିଲ୍ଲୀ ବିଏସ୍ଏଫ୍ ବିମାନ ଦୁର୍ଘଟଣାରେ ସହିଦ ଓଡ଼ିଆ ଯବାନ କିଶୋର ରାଉତଙ୍କ ଗାଁରେ ଶୋକର ଛାୟା ଖେଳିଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଦେଉଳତରାରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। କିଶୋରଙ୍କ ମାଆ ପୁଅକୁ ବାହୁନି ବାହୁନି କାନ୍ଦୁ ଥିବାବେଳେ ପୁଅ ସହିଦ ହୋଇଥିବା ନେଇ ଆଉ କିଛି ପରିବାର ସଦସ୍ୟ ଗର୍ବ ଅନୁଭବ କରିଛନ୍ତି। କିଶୋରଙ୍କ ମରଶରୀରକୁ ସ୍ୱତନ୍ତ୍ର ବିମାନ ଯୋଗେ ଆଜି ଭୁବନେଶ୍ୱର ଅଣାଯିବ। ପରେ ଦେଉଳତରା ଗାଁକୁ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ।

ଆଜି ଦିଲ୍ଲୀ ବିମାନବନ୍ଦରରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଓ ଗୃହରାଷ୍ଟ୍ର ମନ୍ତ୍ରୀ କିରଣ ରିଜିଜୁ  କିଶୋର  ରାଉତ ଓ ଅନ୍ୟ ୯ ଜଣ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Related story