ବିଏସକେୱାଇ: ୧୦୩ଟି ରାଜ୍ୟ ବାହାରର ହସ୍ପିଟାଲ ସମେତ ୫୮୩ ହସ୍ପିଟାଲରେ ଚିକିତ୍ସା ସୁବିଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)ରେ ରାଜ୍ୟ ବାହାରର ୧୦୩ଟି ହସ୍ପିଟାଲ ସମେତ ମୋଟ ୫୮୩ଟି ହସ୍ପିଟାଲରେ ହିତାଧିକାରୀମାନଙ୍କ ପାଇଁ ମାଗଣା ଚିକିତ୍ସା ସୁବିଧା ଉପଲବ୍ଧ ଅଛି । ଆଜି ବିଏସକେୱାଇ ଯୋଜନାର ସମୀକ୍ଷାବେଳେ ଏହି ତଥ୍ୟ ପଦାକୁ ଆସିଛି । ଏହାସହିତ ରାଜ୍ୟ ଭିତରେ ଥିବା ୨୯ଟି ନୂଆ ହସ୍ପିଟାଲ ଇତିମଧ୍ୟରେ ବିଏସକେୱାଇ ଚିକିତ୍ସା ସୁବିଧା ପ୍ରଦାନ କରିବା ନେଇ ପଞ୍ଜିକୃତ ହୋଇଛନ୍ତି। ଆଜି ସମୀକ୍ଷା ବୈଠକରୁ ଜଣାପଡ଼ିଥିଲା ଯେ, ଏବେସୁଦ୍ଧା ରାଜ୍ୟ ବାହାରର […]

BSKy

Ordigital Desk
  • Published: Friday, 06 January 2023
  • , Updated: 06 January 2023, 10:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)ରେ ରାଜ୍ୟ ବାହାରର ୧୦୩ଟି ହସ୍ପିଟାଲ ସମେତ ମୋଟ ୫୮୩ଟି ହସ୍ପିଟାଲରେ ହିତାଧିକାରୀମାନଙ୍କ ପାଇଁ ମାଗଣା ଚିକିତ୍ସା ସୁବିଧା ଉପଲବ୍ଧ ଅଛି । ଆଜି ବିଏସକେୱାଇ ଯୋଜନାର ସମୀକ୍ଷାବେଳେ ଏହି ତଥ୍ୟ ପଦାକୁ ଆସିଛି । ଏହାସହିତ ରାଜ୍ୟ ଭିତରେ ଥିବା ୨୯ଟି ନୂଆ ହସ୍ପିଟାଲ ଇତିମଧ୍ୟରେ ବିଏସକେୱାଇ ଚିକିତ୍ସା ସୁବିଧା ପ୍ରଦାନ କରିବା ନେଇ ପଞ୍ଜିକୃତ ହୋଇଛନ୍ତି।

ଆଜି ସମୀକ୍ଷା ବୈଠକରୁ ଜଣାପଡ଼ିଥିଲା ଯେ, ଏବେସୁଦ୍ଧା ରାଜ୍ୟ ବାହାରର ୧୦୩ଟି ହସ୍ପିଟାଲ ସମେତ ମୋଟ ୫୫୪ଟି ସୁପର ସ୍ପେଶାଲିଷ୍ଟ ହସପିଟାଲକୁ ବିଜୁ ସ୍ୱାସ୍ଥ୍ୟ କଳ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏଥିରୁ ୧୦୩ଟି ହସପିଟାଲ ରାଜ୍ୟ ବାହାରର । ସେସବୁ ମୁଖ୍ୟତଃ ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଦିଲ୍ଲୀ, ଗୁଜୁରାଟ, ପଞ୍ଜାବ, ତାମିଲନାଡୁ, ହରିଆଣା, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା ଓ ଉତ୍ତରାଖଣ୍ଡରେ ରହିଛି । ଆଜି ରାଜ୍ୟ ଭିତରର ୨୯ଟି ହସ୍ପିଟାଲକୁ ତାଲିକାର ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଫଳରେ ମୋଟ ହସ୍ପିଟାଲ ସଂଖ୍ୟା ୫୮୩କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ସାଢ଼େ ୯୬ଲକ୍ଷ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବାର୍ଷିକ ୫ରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଘରୋଇ ହସ୍ପିଟାଲଗୁଡ଼ିକରେ ଯୋଗାଇ ଦେଉଛନ୍ତି ।

Related story