ବଜେଟ୍‌ ଅଧିବେଶନ ଲାଗି ରଣନୀତି ପ୍ରସ୍ତୁତ କଲେ ୩ ପ୍ରମୁଖ ଦଳ

ଭୁବନେଶ୍ୱର(ଓଡିଶା ରିପୋର୍ଟର): କାଲିଠୁ ବସିବ ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ । ତା ପୂର୍ବରୁ ବସିଛି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ଦଳର ବୈଠକ।  ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକଦଳ ନେତା କେ.ଭି. ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚାଷୀ ଆତ୍ମହତ୍ୟା, ଆଇନ ଶୃଙ୍ଖଳା ଓ ପାନୀୟ ଜଳ ଯୋଗାଣ ଆଦି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ଶାସକ ଦଳକୁ ଘେରିବାକୁ ଯୋଜନା ହୋଇଛି । ଏହି […]

download (1)

Rakesh Mallick
  • Published: Monday, 19 March 2018
  • , Updated: 19 March 2018, 11:04 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): କାଲିଠୁ ବସିବ ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ । ତା ପୂର୍ବରୁ ବସିଛି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ଦଳର ବୈଠକ।  ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକଦଳ ନେତା କେ.ଭି. ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚାଷୀ ଆତ୍ମହତ୍ୟା, ଆଇନ ଶୃଙ୍ଖଳା ଓ ପାନୀୟ ଜଳ ଯୋଗାଣ ଆଦି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ଶାସକ ଦଳକୁ ଘେରିବାକୁ ଯୋଜନା ହୋଇଛି । ଏହି ବୈଠକରେ ୬ ଜଣ ବିଧାୟକ ଉପସ୍ଥିତ ଥିବା ବେଳେ ଦିଲ୍ଲିପ ରାୟ, ବିଭୂତି ହରିଚନ୍ଦନ, ଗୋବିନ୍ଦ ଦାସ ଓ ଦୁର୍ଯ୍ୟୋଧନ ମାଝି ଅନୁପସ୍ଥିତ ଥିଲେ।

ସେହିପରି ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ଦୁଷ୍କର୍ମ ସଂଖ୍ୟା ବୃଦ୍ଧି, ଚାଷୀ ଆତ୍ମହତ୍ୟା, ଦୁର୍ନୀତି, ଧାନ ଦର ବୃଦ୍ଧି ଓ ପାନୀୟ ଜଳ ସମସ୍ୟାକୁ ଏଥର ମୁଖ୍ୟ ପ୍ରସଙ୍ଗ କରିବ କଂଗ୍ରେସ । କଂଗ୍ରେସ ବିଧାୟକ ଦଳ ବୈଠକରେ ଏନେଇ ପ୍ରସ୍ତୁତ ହୋଇଛି ରଣନୀତି।

ସେପଟେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ବି ରଣନୀତି ପ୍ରସ୍ତୁତ କରିଛି ଶାସକ ଦଳ। ବିଜେଡି ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବି ପ୍ରସଙ୍ଗ, ମହାନଦୀ ଟ୍ରିବୁନାଲ କାର୍ଯ୍ୟକାରିତା, ପୋଲାଭରମ ପ୍ରସଙ୍ଗ, କୃଷି ଓ କୃଷକ ସମ୍ପର୍କିତ ପ୍ରସଙ୍ଗ ଉଠାଯିବ ।

Related story