ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ଯାଇ ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରିଛନ୍ତି। ବ୍ରହ୍ମପୁରରେ ପହଞ୍ଚିବା ପରେ ନବୀନ ଦେଶୀବେହେରା ସାହିକୁ ଯାଇ ମଣ୍ଡପରେ ଠାକୁରାଣୀଙ୍କ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଉଷା ଦେବୀ ଓ ବିକ୍ରମ ଆରୁଖ ଏବଂ ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଠାକୁରାଣୀଙ୍କ ଦର୍ଶନ କରିଥିଲେ। ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ରହ୍ମପୁର ଯାଇ ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରିବା ସହ ଗଞ୍ଜାମ ଜିଲ୍ଲାରେ ଗ୍ରାଉଣ୍ଡ […]

naveen

Rakesh Mallick
  • Published: Saturday, 29 April 2017
  • , Updated: 29 April 2017, 05:11 PM IST

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ଯାଇ ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରିଛନ୍ତି। ବ୍ରହ୍ମପୁରରେ ପହଞ୍ଚିବା ପରେ ନବୀନ ଦେଶୀବେହେରା ସାହିକୁ ଯାଇ ମଣ୍ଡପରେ ଠାକୁରାଣୀଙ୍କ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଉଷା ଦେବୀ ଓ ବିକ୍ରମ ଆରୁଖ ଏବଂ ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଠାକୁରାଣୀଙ୍କ ଦର୍ଶନ କରିଥିଲେ।

ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ରହ୍ମପୁର ଯାଇ ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରିବା ସହ ଗଞ୍ଜାମ ଜିଲ୍ଲାରେ ଗ୍ରାଉଣ୍ଡ ୱାର୍କର ଭିତ୍ତି ପକାଇଥିଲେ।

ଠାକୁରାଣୀ ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦିନକ ପରେ ବୁଢ଼ୀ ଠାକୁରାଣୀ ବାପ ଘରୁ ମନ୍ଦିରକୁ ବାହୁଡିବେ।

Related story