ବଡ଼ ବାତ୍ୟାରେ ପରିଣତ ହେବ ‘ବୁଲ୍‌ବୁଲ୍’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଭୀର ଅବପାତରେ ପରିଣତ ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ୍’ କାଳକ୍ରମେ ଏକ  ବଡ଼ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ,‘‘ଏହା ୫ ଦିନ ମଧ୍ୟରେ ସ୍ଥଳଭାଗ ଛୁଇଁବନି। ଆସନ୍ତାକାଲି ସକାଳ ସୁଦ୍ଧା ଏହା ବାତ୍ୟାରେ ରୂପାନ୍ତରିତ ହେବ। ଏହା ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ, ବାଂଲାଦେଶ ଆଡ଼କୁ ମୁହାଁଉଛି। ଅତି ମନ୍ଥର ଗତିରେ ଘଣ୍ଟାକୁ […]

bulbul,,0000000000000000999

Tapaswini Nayak
  • Published: Wednesday, 06 November 2019
  • , Updated: 06 November 2019, 02:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଭୀର ଅବପାତରେ ପରିଣତ ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ୍’ କାଳକ୍ରମେ ଏକ  ବଡ଼ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ,‘‘ଏହା ୫ ଦିନ ମଧ୍ୟରେ ସ୍ଥଳଭାଗ ଛୁଇଁବନି। ଆସନ୍ତାକାଲି ସକାଳ ସୁଦ୍ଧା ଏହା ବାତ୍ୟାରେ ରୂପାନ୍ତରିତ ହେବ। ଏହା ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ, ବାଂଲାଦେଶ ଆଡ଼କୁ ମୁହାଁଉଛି। ଅତି ମନ୍ଥର ଗତିରେ ଘଣ୍ଟାକୁ ୫ରୁ ୬ କିମି ବେଗରେ ଗତି କରୁଛି।”

ମୃତ୍ୟୁଞ୍ଜୟ ମହାପାତ୍ର ଆହୁରି କହିଛନ୍ତି, “ପାରାଦୀପଠାରୁ ଏହା ୮୦୦ କି.ମି ଦୂରରେ ରହିଛି। ଏହା ଉତ୍ତର, ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।  ଏହା ପ୍ରଭାବରେ ୮ ତାରିଖ ସନ୍ଧ୍ୟାରୁ ଉପକୂଳ ଜିଲ୍ଲାଗୁଡ଼ିକରେ ପବନର ବେଗ ୪୦ରୁ ୫୦ କି.ମି. ରହିବ। ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।”

ଏହା ପ୍ରଭାବରେ ୮ ତାରିଖ ବେଳକୁ ସମୁଦ୍ର ଅଶାନ୍ତ ରହିବ। ସେହି ସମୟରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବା ଉଚିତ ନୁହେଁ। ଯେଉଁମାନେ ସମୁଦ୍ରକୁ ଯାଇଛନ୍ତି, ସେମାନେ ଫେରି ଆସିବା ଦରକାର ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ କହିଛନ୍ତି।

Related story