ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍‌

ବାଲେଶ୍ୱର(ରଞ୍ଜିତ ପାକଳ/ରଶ୍ମିରଞ୍ଜନ ଦାସ): ବାଲେଶ୍ୱରରେ ବ୍ୟାଙ୍କ ଲୁଟ କରିବା ପରେ ଏବେ ମନ୍ଦିରକୁ ଟାର୍ଗେଟ କରିଛନ୍ତି ଦୁର୍ବୃତ୍ତ। ସହରର ବିଭିନ୍ନ ସ୍ଥାନରେ ସିରିଜ ଲୁଟ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଚାରିଟି ମନ୍ଦିରରେ ପଶି ଦେବାଦେବୀଙ୍କ ଗହଣା ଓ ହୁଣ୍ଡିରୁ ଦାନ ଅର୍ଥ ଲୁଟିଛନ୍ତି। ସହଦେବଖୁଣ୍ଟା ଥାନା ଶୋଭାରାମପୁରର ଅନ୍ଧାରୀ ମଙ୍ଗଳା ମନ୍ଦିର, ଶିବ ମନ୍ଦିର, ତାରିଣୀ ମନ୍ଦିର ଓ ନିକଟସ୍ଥ ରାଧାକୃଷ୍ଣ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏଥିରେ […]

burglars-loot-four-temples-in-baleswar

Manoranjan Sial
  • Published: Tuesday, 30 July 2019
  • , Updated: 30 July 2019, 06:22 PM IST

ବାଲେଶ୍ୱର(ରଞ୍ଜିତ ପାକଳ/ରଶ୍ମିରଞ୍ଜନ ଦାସ): ବାଲେଶ୍ୱରରେ ବ୍ୟାଙ୍କ ଲୁଟ କରିବା ପରେ ଏବେ ମନ୍ଦିରକୁ ଟାର୍ଗେଟ କରିଛନ୍ତି ଦୁର୍ବୃତ୍ତ। ସହରର ବିଭିନ୍ନ ସ୍ଥାନରେ ସିରିଜ ଲୁଟ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଚାରିଟି ମନ୍ଦିରରେ ପଶି ଦେବାଦେବୀଙ୍କ ଗହଣା ଓ ହୁଣ୍ଡିରୁ ଦାନ ଅର୍ଥ ଲୁଟିଛନ୍ତି।

ସହଦେବଖୁଣ୍ଟା ଥାନା ଶୋଭାରାମପୁରର ଅନ୍ଧାରୀ ମଙ୍ଗଳା ମନ୍ଦିର, ଶିବ ମନ୍ଦିର, ତାରିଣୀ ମନ୍ଦିର ଓ ନିକଟସ୍ଥ ରାଧାକୃଷ୍ଣ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ବିଗ୍ରହଙ୍କ ସୁନା ମୁକୁଟ, ଚିତା, ନୋଥ, ପ୍ରାୟ ୫୦ ଭରିରୁ ଅଧିକ ସୁନା ଗହଣା ସହ ଦୁଇ କେଜି ରୁପା ଗହଣା ମଧ୍ୟ ଚୋରି ହୋଇଥିବା ମନ୍ଦିର କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରିଛି। କିନ୍ତୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ଏଯାଏ ସଫଳ ହୋଇନାହିଁ।

Related story