‘କଂଗ୍ରେସ ଲୋକ ହିଁ କଂଗ୍ରେସ ଭବନରୁ ଚୋରି କରିଛନ୍ତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଦଳର ଲୋକ ହିଁ କଂଗ୍ରେସ ଭବନରେ ପଶି ଚୋରି କରିଛନ୍ତି। ଅନ୍ୟ କେହି କଂଗ୍ରେସ ଭବନରେ ପଶିବାକୁ ସାହସ କରିବେନି। ପିସିସି ସଭାପତି ଶରତ ପଟ୍ଟନାୟକ ଓ ଦଳଙ୍କୁ ବଦନାମ କରିବାକୁ ଏପରି ଚୋରି କରାଯାଇଛି। ଗତକାଲି କଂଗ୍ରେସ ଭବନରୁ ଚୋରି ହେବା ପରେ ଏପରି ବିସ୍ଫୋରକ ବୟାନ ଦେଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସେ କହିଛନ୍ତି, କଂଗ୍ରେସ ଭବନରେ ଚୋରି ହେବା ଦୁଃଖର ବିଷୟ। ଏନେଇ  ମୁଁ ଡିସିପିଙ୍କ ସହ […]

congress

  • Published: Friday, 18 November 2022
  • , Updated: 18 November 2022, 01:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଦଳର ଲୋକ ହିଁ କଂଗ୍ରେସ ଭବନରେ ପଶି ଚୋରି କରିଛନ୍ତି। ଅନ୍ୟ କେହି କଂଗ୍ରେସ ଭବନରେ ପଶିବାକୁ ସାହସ କରିବେନି। ପିସିସି ସଭାପତି ଶରତ ପଟ୍ଟନାୟକ ଓ ଦଳଙ୍କୁ ବଦନାମ କରିବାକୁ ଏପରି ଚୋରି କରାଯାଇଛି। ଗତକାଲି କଂଗ୍ରେସ ଭବନରୁ ଚୋରି ହେବା ପରେ ଏପରି ବିସ୍ଫୋରକ ବୟାନ ଦେଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

ସେ କହିଛନ୍ତି, କଂଗ୍ରେସ ଭବନରେ ଚୋରି ହେବା ଦୁଃଖର ବିଷୟ। ଏନେଇ  ମୁଁ ଡିସିପିଙ୍କ ସହ କଥା ହୋଇଛି। ଯେଉଁ ଲୋକ କଂଗ୍ରେସର ଭବନରୁ ଚୋରି କରିଛି କିଛି ଦିନ ଭିତରେ ଧରା ପଡ଼ିଯିବ।

ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରୁ ଗତକାଲି ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ମାଷ୍ଟରକ୍ୟାଣ୍ଟିନସ୍ଥିତ ପାର୍ଟି ଅଫିସ ଭିତରୁ ଏସି ଷ୍ଟାବିଲାଇଜର ଓ ତମ୍ବା ତାର ଚୋରି ହୋଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ଭବନ ଅଫିସ ଇନଚାର୍ଜ ବୈଦ୍ୟନାଥ ସ୍ୱାଇଁ। ଏ ନେଇ ସେ କ୍ୟାପିଟାଲ ଥାନାରେ ଏକ ଏତଲା ଦେଇଛନ୍ତି। ରାତିରେ ପାର୍ଟି ଅଫିସ ନିକଟରେ ପୁଲିସ ପେଟ୍ରୋଲିଂକୁ ବ୍ୟାପକ କରିବାକୁ  ସେ ଅନୁରୋଧ କରିଛନ୍ତି।

Related story