ଗୁଳି କରି ଜଙ୍ଗଲରେ ପୋତି ଦେଇଥିଲେ, ଦେଢ଼ ମାସ ପରେ ବାହାରିଲା ମୃତଦେହ

ମୋହନା(ମିହିର ଯତି): ଗୁଣି ସନ୍ଦେହରେ ଗୁଳି କରି ଜଣେ ବ୍ୟକ୍ତିଙ୍କୁ ମାରି ଜଙ୍ଗଲରେ ପୋତି ଦେଲେ। ଏନେଇ ଅଭିଯୋଗ ହେବାରୁ ଦେଢ ମାସ ପରେ ପୁଲିସ ମାଟି ତଳୁ ବାହାର କଲା ମୃତଦେହ। ଏପରି ଘଟଣା ଜଗପତି ଜିଲ୍ଲା ଆର.ଉଦୟଗିରି ଥାନା ଅଞ୍ଚଳରେ। ପୂରା ଘଟଣାଟି ଏମିତି। ଅଗଷ୍ଟ ୯ ତାରିଖରେ କଣ୍ଡୁଲୁ ଗାଁରେ ଗୁଣି ସନ୍ଦେହରେ ଡାଳିମ୍ୱ ଗମାଙ୍ଗକୁ ହତ୍ୟା କରି ମାଟିରେ ପୋତି ଦିଆଯାଇଥିଲା। ମୃତକଙ୍କ ପୁତୁରା ବୁଡୁ ଗମାଙ୍ଗ ଏନେଇ ଥାନରେ ଲିଖିତ […]

handcuff

Manoranjan Sial
  • Published: Sunday, 27 September 2020
  • , Updated: 27 September 2020, 10:34 PM IST

ମୋହନା(ମିହିର ଯତି): ଗୁଣି ସନ୍ଦେହରେ ଗୁଳି କରି ଜଣେ ବ୍ୟକ୍ତିଙ୍କୁ ମାରି ଜଙ୍ଗଲରେ ପୋତି ଦେଲେ। ଏନେଇ ଅଭିଯୋଗ ହେବାରୁ ଦେଢ ମାସ ପରେ ପୁଲିସ ମାଟି ତଳୁ ବାହାର କଲା ମୃତଦେହ। ଏପରି ଘଟଣା ଜଗପତି ଜିଲ୍ଲା ଆର.ଉଦୟଗିରି ଥାନା ଅଞ୍ଚଳରେ।

ପୂରା ଘଟଣାଟି ଏମିତି। ଅଗଷ୍ଟ ୯ ତାରିଖରେ କଣ୍ଡୁଲୁ ଗାଁରେ ଗୁଣି ସନ୍ଦେହରେ ଡାଳିମ୍ୱ ଗମାଙ୍ଗକୁ ହତ୍ୟା କରି ମାଟିରେ ପୋତି ଦିଆଯାଇଥିଲା। ମୃତକଙ୍କ ପୁତୁରା ବୁଡୁ ଗମାଙ୍ଗ ଏନେଇ ଥାନରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସାଇଣ୍ଟିଫିକ୍‌ ଟିମ୍‌ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ଆଜି ଗାଁଠାରୁ ଏକ କିଲୋମିଟର ଦୂର ଜଙ୍ଗଲରେ ମାଟି ଖୋଳି ମୃତଦେହ ଉଦ୍ଧାର କରିଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାମଚନ୍ଦ୍ର ରଇତକୁ ଗିରଫ କରିଛି। ଏପରିକି ତା’ଠାରୁ ଗୋଟିଏ ବନ୍ଧୁକ ଓ ଠେଙ୍ଗା ଜବତ କରିଛି।

ଗାଁରେ ଗତ କିଛି ବର୍ଷ ଧରି ଲୋକେ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଥିଲେ। ଡାଲିମ୍ୱ ଲୋକଙ୍କୁ ଗୁଣି କରି ମାରିଦେଉଥିବା ସନ୍ଦେହ କରି ଅଭିଯୁକ୍ତ ରାମଚନ୍ଦ୍ର ଗୁଳି କରି ହତ୍ୟା ଜଙ୍ଗଲରେ ପୋତି ଦେଇଥିବା ପୁଲିସ ପାଖରେ ସ୍ୱୀକାର କରିଛି। ଏହି ଘଟଣାରେ ସଂପୃକ୍ତିଥିବା ଆଉ ୩ ଯୁବକକୁ ମଧ୍ୟ ପୁଲିସ ଅଟକ ରଖି ପଚରାଉଚରା କରୁଛି।

Related story