୯ ଦଫା ଦାବି ନେଇ ଭିଏସ୍‌ଏସ୍ ମେଡିକାଲ୍ କଲେଜର ଜୁନିୟର ଡାକ୍ତର ସଂଘ ସହ ସ୍ୱାସ୍ଥ୍ୟ ସଚିବଙ୍କ ଆଲୋଚନା

ସମ୍ବଲପୁର: ବୁର୍ଲା ଭିଏସ୍‌ଏସ୍ ମେଡିକାଲ୍ କଲେଜର ଜୁନିୟର ଡାକ୍ତରଙ୍କ ୯ ଦଫା ଦାବି ନେଇ ସ୍ୱାସ୍ଥ୍ୟ ସଚିବ ଆରତି ଆହୁଜା ବୁର୍ଲା ଗସ୍ତ କରିଛନ୍ତି। ଛାତ୍ରଛାତ୍ରୀଙ୍କ ବିଭିନ୍ନ ଦାବି ନେଇ ସେ ଜୁନିୟର ଡାକ୍ତର ଏବଂ ଭିମସାର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଏହା ପୂର୍ବରୁ ସେ ବୁର୍ଲା ମେଡିକାଲର ବିଭିନ୍ନ ବିଭାଗ ବୁଲି ଦେଖିଛନ୍ତି। ବିଭିନ୍ନ ୱାର୍ଡରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସହିତ ବି ସେ ଆଲୋଚନା କରିଛନ୍ତି। ତା’ ସହିତ ମେଡିକାଲ୍ କଲେଜ୍ ଅଧ୍ୟକ୍ଷଙ୍କ […]

burla-medical

Rakesh Mallick
  • Published: Friday, 05 February 2016
  • , Updated: 05 February 2016, 01:23 PM IST

ସମ୍ବଲପୁର: ବୁର୍ଲା ଭିଏସ୍‌ଏସ୍ ମେଡିକାଲ୍ କଲେଜର ଜୁନିୟର ଡାକ୍ତରଙ୍କ ୯ ଦଫା ଦାବି ନେଇ ସ୍ୱାସ୍ଥ୍ୟ ସଚିବ ଆରତି ଆହୁଜା ବୁର୍ଲା ଗସ୍ତ କରିଛନ୍ତି। ଛାତ୍ରଛାତ୍ରୀଙ୍କ ବିଭିନ୍ନ ଦାବି ନେଇ ସେ ଜୁନିୟର ଡାକ୍ତର ଏବଂ ଭିମସାର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଏହା ପୂର୍ବରୁ ସେ ବୁର୍ଲା ମେଡିକାଲର ବିଭିନ୍ନ ବିଭାଗ ବୁଲି ଦେଖିଛନ୍ତି। ବିଭିନ୍ନ ୱାର୍ଡରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସହିତ ବି ସେ ଆଲୋଚନା କରିଛନ୍ତି। ତା’ ସହିତ ମେଡିକାଲ୍ କଲେଜ୍ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ଏକ ବୈଠକ କରିଥିଲେ। ଏଥିରେ ମେଡିକାଲ୍ କଲେଜର ନିର୍ଦ୍ଦେଶକ ଓ ଅଧୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।

ଜାନୁଆରୀ ୨୦ ତାରିଖରେ ବୁର୍ଲା ଭିଏସ୍‌ଏସ୍ ମେଡିକାଲ୍ କଲେଜ୍‌ ଜୁନିୟର ଡାକ୍ତର ସଂଘ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ। ଫେବ୍ରୁଆରୀ ୧ ତାରିଖରେ ଏ ନେଇ ଜୁନିୟର ଡାକ୍ତରମାନେ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ସହ ଆଲୋଚନା କରିଥିଲେ। ତେବେ ଆଲୋଚନା ବିଫଳ ହେବା ପରେ ଜୁନିୟର ଡାକ୍ତର ସଂଘ ଫେବ୍ରୁଆରୀ ୯ ତାରିଖ ଭିତରେ ଆଲୋଚନା ପାଇଁ ସମୟ ମାଗିଥିଲା।

Related story