ବୁର୍ଲା ମେଡିକାଲ: ଆଜି କାର୍ଯ୍ୟରେ ଯୋଗଦେବେ ପିଜି ଛାତ୍ର

ସମ୍ବଲପୁର: ରୋଗୀ ମୃତ୍ୟୁକୁ କେନ୍ଦ୍ରକରି ବୁର୍ଲା ବଡ଼ ମେଡିକାଲରେ ଭଙ୍ଗାରୁଜା ଘଟଣାରେ ଆନ୍ଦୋଳନ ଚଳାଇଥିବା ପିଜି ଛାତ୍ରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଗତକାଲି ପ୍ରତ୍ୟାହୃତ ହୋଇଥିଲା। ଆଜି ପିଜି ଛାତ୍ରମାନେ କାର୍ଯ୍ୟରେ ଯୋଗଦେବେ। ଗଣ୍ଡଗୋଳ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଓ ମେଡିକାଲରେ ଡାକ୍ତର ଓ କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଏସପି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଗତକାଲି ଏସପି ଅଖିଳେଶ୍ୱର ସିଂ, ଆନ୍ଦୋଳନରତ ଛାତ୍ର ଓ ମେଡିକାଲ କଲେଜ ଅଧୀକ୍ଷକଙ୍କ ସହ […]

burla

Rakesh Mallick
  • Published: Wednesday, 28 October 2015
  • , Updated: 28 October 2015, 07:33 AM IST

ସମ୍ବଲପୁର: ରୋଗୀ ମୃତ୍ୟୁକୁ କେନ୍ଦ୍ରକରି ବୁର୍ଲା ବଡ଼ ମେଡିକାଲରେ ଭଙ୍ଗାରୁଜା ଘଟଣାରେ ଆନ୍ଦୋଳନ ଚଳାଇଥିବା ପିଜି ଛାତ୍ରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଗତକାଲି ପ୍ରତ୍ୟାହୃତ ହୋଇଥିଲା। ଆଜି ପିଜି ଛାତ୍ରମାନେ କାର୍ଯ୍ୟରେ ଯୋଗଦେବେ। ଗଣ୍ଡଗୋଳ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଓ ମେଡିକାଲରେ ଡାକ୍ତର ଓ କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଏସପି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ଗତକାଲି ଏସପି ଅଖିଳେଶ୍ୱର ସିଂ, ଆନ୍ଦୋଳନରତ ଛାତ୍ର ଓ ମେଡିକାଲ କଲେଜ ଅଧୀକ୍ଷକଙ୍କ ସହ ପ୍ରାୟ ୨ ଘଣ୍ଟା ଧରି ଆଲୋଚନା କରିଥିଲେ। ରୋଗୀ ମୃତ୍ୟୁକୁ କେନ୍ଦ୍ର କରି ଉତ୍ତେଜନା ପରେ ଗତ ୨୫ ତାରିଖରୁ ଡାକ୍ତରୀ ଛାତ୍ରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିଲେ। ଫଳରେ ବୁର୍ଲା ମେଡିକାଲରେ ରୋଗୀସେବା ପ୍ରଭାବିତ ହୋଇଥିଲା।

Related story