ବାଙ୍ଗିରିପୋଷି ଘାଟିରେ ବସ୍‌କୁ ପିଟିଲା ଟ୍ରକ୍‌, ଚାପି ହୋଇ ରହିଛି ଚାଳକ

ବାରିପଦା(ମାଣିକଲାଲ ପାଣି): ଘାଟିରେ ବସ୍‌କୁ ପିଟିଲା ଟ୍ରକ୍‌। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ଦୁର୍ଘଟଣାଗ୍ରସ୍ତ ବସ୍‌ରେ ଆଣି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜର ବାଙ୍ଗିରିପୋଷି ଘାଟିରେ ଘଟିଛି। ୪୯ ନଂ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିର ପ୍ରଥମ ବାଙ୍କରେ ବାରିପଦାରୁ ଆସୁଥିବା ବସ୍‌କୁ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ବସ୍‌ରେ ବସିଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ ଚାଳକଙ୍କ ଉପସ୍ଥିତ ବୁଦ୍ଧି […]

Baripada-Bus-Accident

Manoranjan Sial
  • Published: Friday, 03 September 2021
  • , Updated: 03 September 2021, 05:12 PM IST

ବାରିପଦା(ମାଣିକଲାଲ ପାଣି): ଘାଟିରେ ବସ୍‌କୁ ପିଟିଲା ଟ୍ରକ୍‌। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ଦୁର୍ଘଟଣାଗ୍ରସ୍ତ ବସ୍‌ରେ ଆଣି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜର ବାଙ୍ଗିରିପୋଷି ଘାଟିରେ ଘଟିଛି।

୪୯ ନଂ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିର ପ୍ରଥମ ବାଙ୍କରେ ବାରିପଦାରୁ ଆସୁଥିବା ବସ୍‌କୁ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ବସ୍‌ରେ ବସିଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସବ୍‌ଟି ଘାଟି ତଳକୁ ଖସି ନଥିଲା। ପରେ ଚାଳକ ଦୁର୍ଘଟଣାଗ୍ରସ୍ତ ବସ୍‌ରେ ସମସ୍ତ ଆହତ ଯାତ୍ରୀଙ୍କୁ ଧରି ବାଙ୍ଗିରିପୋଷି ଡାକ୍ତରଖାନାରେ ପହଞ୍ଚି ଥିଲେ। ସମସ୍ତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆହତଙ୍କ ଭିତରେ ଗୋଟିଏ ପରିବାରର ବାପା, ମା ଓ ଆଠ ବର୍ଷର ପୁଅ ଅଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

ସେପଟେ ଟ୍ରକ ଡ୍ରାଇଭର ଚାପି ହୋଇ ରହିଛନ୍ତି। ତାଙ୍କର ଏକ ହାତ ସଂପୂର୍ଣ୍ଣ କଟି ଯାଇଛି। ଅଗ୍ନିଶମ କର୍ମଚାରୀମାନେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରୁଛନ୍ତି।

ଗତ କିଛି ବର୍ଷ ହେବ ବାଙ୍ଗିରିପୋଷି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଯେଉଁପାଇଁ ଅନେକ ଧନ ଜୀବନ ହାନୀ ଘଟୁଛି। ସଂକୀର୍ଣ୍ଣ ରାସ୍ତା ପାଇଁ ଦୁର୍ଘଟଣା ଘଟୁଥିବା ଆଲୋଚନା ହେଉଛି। ତେଣୁ ଏହି ରାସ୍ତାକୁ ସଂପ୍ରସାରଣ କରିବା ପାଇଁ ବାରମ୍ୱାର ଦାବି ହେଉଛି। ମାତ୍ର ଏଥିପ୍ରତି ତିଳେ ମାତ୍ର ଧ୍ୟାନ ଦିଆଯାଉନଥିବା ଅଭିଯୋଗ ହେଉଛି।

Related story