ଓଲଟିଲା ‘ଦର୍ପ’, ଜଣେ ମୃତ

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳରେ ଗତକାଲି ରାତିରେ ‘ଦର୍ପ’ ନାମକ ଏକ ମିନି ବସ୍‌ ଓଲଟି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଗୋବର୍ଦ୍ଧନ ଜେନା। ବସ୍‌ଟି ଗତକାଲି ରାତିରେ ଏକ ଭୋଜି ପାଇଁ ଭଡ଼ାରେ ବୋରି ଗ୍ରାମକୁ ଆସିଥିଲା। ସେଠାରୁ ତନରଡ଼ା ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଆହତଙ୍କୁ […]

bus-1-1

Niharika Rout
  • Published: Thursday, 07 November 2019
  • , Updated: 07 November 2019, 08:48 AM IST

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳରେ ଗତକାଲି ରାତିରେ ‘ଦର୍ପ’ ନାମକ ଏକ ମିନି ବସ୍‌ ଓଲଟି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଗୋବର୍ଦ୍ଧନ ଜେନା।

ବସ୍‌ଟି ଗତକାଲି ରାତିରେ ଏକ ଭୋଜି ପାଇଁ ଭଡ଼ାରେ ବୋରି ଗ୍ରାମକୁ ଆସିଥିଲା। ସେଠାରୁ ତନରଡ଼ା ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଆହତଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ଆସ୍କା ଡାକ୍ତରଖାନାରେ ଭର୍ତ୍ତି  କରାଯାଇଛି। ଗୁରୁତରମାନଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

Related story