ପୁଣି ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ଯୋଗୁ ଲୋକେ ହନ୍ତସନ୍ତ ହେଉଥିବାବେଳେ ରାଜ୍ୟ ସରକାର ଆଜି ପୁଣିଥରେ ଯାତ୍ରୀବାହୀ ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ଡିଜେଲ ଦର ବୃଦ୍ଧି ଯୋଗୁ ରାଜ୍ୟ ସରକାର ଏହି ବସ୍ ଭଡ଼ା ବୃଦ୍ଧି କରିଥିବା କହିଛନ୍ତି। ଆଜି ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଡିସେମ୍ବର ୭ତାରିଖରେ ଡିଜେଲ ଦର ଲିଟର ପିଛା ୮୦.୪୨ଟଙ୍କା ଥିବାବେଳେ ଜାନୁୟାରୀ ୨୦ରେ ତାହା ବୃଦ୍ଧି ପାଇ ୮୨.୧୧ଟଙ୍କା ହୋଇଛି। ପ୍ରାୟ ତୈଳ […]

privat-bus

Tapas Behera
  • Published: Wednesday, 20 January 2021
  • , Updated: 20 January 2021, 09:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ଯୋଗୁ ଲୋକେ ହନ୍ତସନ୍ତ ହେଉଥିବାବେଳେ ରାଜ୍ୟ ସରକାର ଆଜି ପୁଣିଥରେ ଯାତ୍ରୀବାହୀ ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ଡିଜେଲ ଦର ବୃଦ୍ଧି ଯୋଗୁ ରାଜ୍ୟ ସରକାର ଏହି ବସ୍ ଭଡ଼ା ବୃଦ୍ଧି କରିଥିବା କହିଛନ୍ତି।

ଆଜି ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଡିସେମ୍ବର ୭ତାରିଖରେ ଡିଜେଲ ଦର ଲିଟର ପିଛା ୮୦.୪୨ଟଙ୍କା ଥିବାବେଳେ ଜାନୁୟାରୀ ୨୦ରେ ତାହା ବୃଦ୍ଧି ପାଇ ୮୨.୧୧ଟଙ୍କା ହୋଇଛି। ପ୍ରାୟ ତୈଳ ଦର ଲିଟର ପିଛା ୧.୬୯ଟଙ୍କା ବୃଦ୍ଧି ହୋଇଥିବାବେଳେ ସାମଗ୍ରିକ ଭାବେ ୩ଟଙ୍କାର ବୋଝ ପଡ଼ିଛି।

ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି  ବସଭଡ଼ାରେ କିମି ପିଛା ୧ରୁ ୨ରୁ ପଇସା ବୃଦ୍ଧି କରିଛି। ସାଧାରଣ ଯାତ୍ରୀବାହୀ ବସ ଭଡ଼ା କିମି ପିଛା ୭୩ପଇସା ଟଙ୍କା ଥିବାବେଳେ ତାହା ୭୪ ପଇସାକୁ ବୃଦ୍ଧି ହୋଇଛି। ସେହିପରି ଏକ୍ସପ୍ରେସ୍ ବସଭଡ଼ା କିମି ପିଛା ୭୬ ପଇସା ବଦଳରେ ୭୭ପଇସା, ଡିଲକ୍ସ ବସଭଡ଼ା ୧୦୭ପଇସା ବଦଳରେ ୧୦୯ପଇସା ଓ ଏସିଡିଲକ୍ସ ବସଭଡ଼ା ୧୨୯ପଇସା ବଦଳରେ ୧୩୧ପଇସାକୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଡିସେମ୍ବର ୭ତାରିଖରେ ରାଜ୍ୟ ସରକାର ବସଭଡ଼ାରେ ୧ରୁ ୨ପଇସା ବୃଦ୍ଧି କରିଥିଲେ।

Related story