ବସ୍‌ରୁ ପାଇପ୍‌ ଓହ୍ଲାଇବା ବେଳେ ବାଜିଗଲା ବିଦ୍ୟୁତ ତାର; ତା‘ପରେ...

କଲ୍ୟାଣସିଂହପୁର (ମାଉଡି ବାରିକ): ବସ୍‌ ଛାତରୁ ଲୁହା ପାଇପ୍‌ ଓହ୍ଲାଇବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ବସ୍‌ ହେଲ୍‌ପରଙ୍କ ମୃତ୍ୟୁ ଘଟିଥିଲା। ହେଲେ ଅଳ୍ପକେ ବର୍ତ୍ତି ଯାଇଛି ବସ୍‌ରେ ଥିବା ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ। ଆଜି ଏପରି ହୃଦୟବିଦାରକ ଘଟଣା ରାୟଗଡା ଜିଲ୍ଲା ଟିକିରି ବସଷ୍ଟାଣ୍ଡରେ ଘଟିଛି। ରାୟଗଡା ଜିଲ୍ଲା ସଦର ହଲୁବା ପଞ୍ଚାୟତ କୋଡିଙ୍ଗଗୁଡା ଗାଁର ନିର, ‘ହନୁମାନ’ ବସ୍‌ର ହେଲ୍‌ପର ଭାବେ କାମ କରୁଥିଲେ। ସବୁଦିନ ପରି ଆଜି ସେ ବସ୍‌ରେ […]

BUS

  • Published: Thursday, 11 August 2022
  • , Updated: 11 August 2022, 09:53 PM IST

କଲ୍ୟାଣସିଂହପୁର (ମାଉଡି ବାରିକ): ବସ୍‌ ଛାତରୁ ଲୁହା ପାଇପ୍‌ ଓହ୍ଲାଇବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ବସ୍‌ ହେଲ୍‌ପରଙ୍କ ମୃତ୍ୟୁ ଘଟିଥିଲା। ହେଲେ ଅଳ୍ପକେ ବର୍ତ୍ତି ଯାଇଛି ବସ୍‌ରେ ଥିବା ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ। ଆଜି ଏପରି ହୃଦୟବିଦାରକ ଘଟଣା ରାୟଗଡା ଜିଲ୍ଲା ଟିକିରି ବସଷ୍ଟାଣ୍ଡରେ ଘଟିଛି।

ରାୟଗଡା ଜିଲ୍ଲା ସଦର ହଲୁବା ପଞ୍ଚାୟତ କୋଡିଙ୍ଗଗୁଡା ଗାଁର ନିର, ‘ହନୁମାନ’ ବସ୍‌ର ହେଲ୍‌ପର ଭାବେ କାମ କରୁଥିଲେ। ସବୁଦିନ ପରି ଆଜି ସେ ବସ୍‌ରେ ଯାଇଥିଲେ। ବସଟି ରାୟଗଡ଼ାରୁ ଡଙ୍ଗାସିଲକୁ ଯାଉଥିଲା। ବସରେ ଥିଲେ ୪୦ରୁ ଅଧିକ ଯାତ୍ରୀ। ତେବେ ବସ୍‌ଟି ଟିକିରି ଷ୍ଟାଣ୍ଡରେ କିଛି ସମୟ ପାଇଁ ଅଟକିଥିଲା।

ବସ୍‌ ଅଟକିବା ପରେ ହେଲ୍‌ପର ନିର ଛାତ ଉପରେ ଚଢ଼ି ଲୁହା ପାଇପ୍‌ ତଳକୁ ଓହ୍ଲାଉ ଥିଲେ। ଅସାବଧାନ ଯୋଗୁ ଲୁହା ପାଇପଟି ବସ୍‌ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ଚେତା ହରାଇ ତଳେ ପଡ଼ି ଯାଇଥିଲେ। ବସ୍‌ ଡ୍ରାଇଭର ଓ କଣ୍ଡକ୍ଟର ସଙ୍ଗେ ସଙ୍ଗେ ହେଲପର ଶ୍ରୀ ନିରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟିକିରି ମେଡିକାଲ୍‌ରେ ଭର୍ତ୍ତି କାରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

Related story