ରାବଣ ପୋଡ଼ି ଯୋଗୁ ବସ୍‌ ରୁଟ୍‌ରେ ପରିବର୍ତ୍ତନ

ଭୁବନେଶ୍ୱରର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱରର ୪ଟି ସ୍ଥାନରେ ରାବଣ ପୋଡ଼ି ଉତ୍ସବ ଆୟୋଜିତ ହେବ । ଝାରପଡା ଓ ବରମୁଣ୍ଡା ପଡିଆରେ ଆତସବାସୀ କାର୍ଯ୍ୟକ୍ରମ କରାଯିବ । ନୟାପଲ୍ଲୀ, ନହରକଣ୍ଟାରେ ରାବଣ ପୋଡ଼ି ଉତ୍ସବ ଆୟୋଜିତ ହେଉଥିଲେ ମଧ୍ୟ ଆତସବାଜୀ କାର୍ଯ୍ୟକ୍ରମ ହେବ ନାହିଁ । ରାବଣ ପୋଡ଼ି ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ହେବ। ଏହାକୁ ନଜରରେ ରଖି କମିଶନରେଟ ପୁଲିସ୍‌ ପକ୍ଷରୁ କିଛି ରୁଟ୍‌ରେ ପରିବର୍ତ୍ତନ କରାଯିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି […]

bus-3

Niharika Rout
  • Published: Tuesday, 08 October 2019
  • , Updated: 08 October 2019, 02:37 PM IST

ଭୁବନେଶ୍ୱରର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱରର ୪ଟି ସ୍ଥାନରେ ରାବଣ ପୋଡ଼ି ଉତ୍ସବ ଆୟୋଜିତ ହେବ । ଝାରପଡା ଓ ବରମୁଣ୍ଡା ପଡିଆରେ ଆତସବାସୀ କାର୍ଯ୍ୟକ୍ରମ କରାଯିବ । ନୟାପଲ୍ଲୀ, ନହରକଣ୍ଟାରେ ରାବଣ ପୋଡ଼ି ଉତ୍ସବ ଆୟୋଜିତ ହେଉଥିଲେ ମଧ୍ୟ ଆତସବାଜୀ କାର୍ଯ୍ୟକ୍ରମ ହେବ ନାହିଁ । ରାବଣ ପୋଡ଼ି ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ହେବ। ଏହାକୁ ନଜରରେ ରଖି କମିଶନରେଟ ପୁଲିସ୍‌ ପକ୍ଷରୁ କିଛି ରୁଟ୍‌ରେ ପରିବର୍ତ୍ତନ କରାଯିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଗାଡିଗୁଡିକ ଜୟଦେବ ବିହାରରୁ ବେହେରା ସାଇଛକ, ପାୱାର ହାଉସ ଛକ, ୟୁନିଟ ୮ ଡିଏଭି ସ୍କୁଲ ଛକ, ଷ୍ଟୁଆର୍ଟ ସ୍କୁଲ ଛକ ଦେଇ ସିଆରପି ଛକରେ ପହଞ୍ଚିବ । ସେହିପରି ଖୋର୍ଦ୍ଧାରୁ ଭୁବନେଶ୍ୱର ଯାଉଥିବା ଗାଡିଗୁଡିକ କୋଳଥିଆ ଛକରୁ ଚନ୍ଦକା ଦେଇ ଯାତାୟତ କରିବ । ରାବଣ ପୋଡି ବେଳେ ଅତ୍ୟଧିକ ଭିଡ ହେଉଥିବାରୁ ଷ୍ଟେସନ ଓ ଏୟାରପୋର୍ଟକୁ ଯାଉଥିବା ଯାତ୍ରୀମାନେ ଆଗୁଆ ପ୍ରସ୍ତୁତି କରିବାକୁ କମିଶନରେଟ ପୁଲିସ୍‌ ପକ୍ଷରୁ ପରାମର୍ଶ ଦିଆଯାଇଛି  ।

Related story