ବଢ଼ିଲା ତାତି: ୧୧ରୁ ୩ଟା ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ସାର୍ବଜନୀନ ପରିବହନ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି । ଆଜି ରାଜ୍ୟର ୨୧ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ ଥିବାବେଳେ ଆସନ୍ତା ୨ଦିନ ମଧ୍ୟରେ ଏହା ଅଧିକ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଅନୁରୂପ ପଦକ୍ଷେପ ନିଆଯାଇଛି । ସୂଚନା ଅନୁସାରେ ରାଜ୍ୟ ବାଣିଜ୍ୟ ଓ ପରିବହନ […]

Bus

Ordigital Desk
  • Published: Monday, 14 March 2022
  • , Updated: 14 March 2022, 10:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ସାର୍ବଜନୀନ ପରିବହନ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି । ଆଜି ରାଜ୍ୟର ୨୧ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ ଥିବାବେଳେ ଆସନ୍ତା ୨ଦିନ ମଧ୍ୟରେ ଏହା ଅଧିକ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଅନୁରୂପ ପଦକ୍ଷେପ ନିଆଯାଇଛି ।

ସୂଚନା ଅନୁସାରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଯୁଗ୍ମ ସଚିବ କିଶୋର ଦାସ ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ବସ୍‌ଗୁଡ଼ିକର ଚଳପ୍ରଚଳ ଉପରେ ନିୟନ୍ତ୍ରଣ ଲଗାଇଛନ୍ତି । ଗ୍ରୀଷ୍ମ ପ୍ରବାହ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଅଧିକ ରହୁଥିବାରୁ ଏହି ସମୟରେ କୌଣସି ଯାତ୍ରୀ ବାହୀ ବସ୍ ଚଳାଚଳ କରିପାରିବ ନାହିଁ ବୋଲି ଉଲ୍ଲେଖ କରିଛନ୍ତି । ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପରିବହନ ବିଭାଗ ପକ୍ଷରୁ ଏକ ଗାଇଡଲାଇନ୍ ମଧ୍ୟ ଜାରି ହୋଇଛି । ବସ୍ ଷ୍ଟାଣ୍ଡ ଓ ବସ୍ ରହଣୀ କରୁଥିବା ସ୍ଥାନଗୁଡ଼ିକରେ ଆବଶ୍ୟକ ପରିମାଣ ଜଳଛତ୍ର ଖୋଲିବା ସହ ଆଇସ୍ ପ୍ୟାକ ଓ ଓଆରଏସ୍ ରଖିବାକୁ କହିଛନ୍ତି । ବସଗୁଡ଼ିକରେ ଯେଭଳି ଅଧିକ ସଂଖ୍ୟକ ଯାତ୍ରୀ ନଯିବେ ସେଥିପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ରାଜପଥଗୁଡ଼ିକରେ ୱାଟର କିଓସ୍କ ସୁବିଧା ପ୍ରଦାନ କରିବା ସହ ଅସ୍ଥାୟୀ ଯାତ୍ରୀ ରହଣୀ ସ୍ଥାନର ସୁବିଧା କରିବାକୁ କୁହାଯାଇଛି । ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ ଉଲ୍ଲଘଂନ କଲେ ପରିବହନକାରୀଙ୍କ ବିରୁଦ୍ଧରେ ଜୋରିମାନା ଓ ଦଣ୍ଡର ପ୍ରାବଧାନ ରହିଛି ବୋଲି ସ୍ପଷ୍ଟ କରଇଛନ୍ତି ।

ସୂଚନାଯୋଗ୍ୟ, ଆଜି ଭୁବନେଶ୍ୱରରେ ତାପମାତ୍ରା ୩୬.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ରାଜ୍ୟର ପ୍ରାୟ ୨୧ଟି ସ୍ଥାନରେ ୩୫ ଡିଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରା ରହିଛି । ଅନୁଗୋଳ, ଝାରସୁଗୁଡ଼ା ଓ ବଲାଙ୍ଗିରରେ ତାପମାତ୍ର ୩୮ ଡିଗ୍ରୀ ଅତିକ୍ରମ କରିଛି।

Related story