ବସ୍ ଧର୍ମଘଟ ପ୍ରସଙ୍ଗ: ୩୦ରେ ଅର୍ଥମନ୍ତ୍ରୀ ଓ ବସ୍ ମାଲିକ ସଂଘ ମଧ୍ୟରେ ବୈଠକ

ଭୁବନେଶ୍ୱର: ବସ୍ ମାଲିକ ସଂଘ ଓ ଅର୍ଥମନ୍ତ୍ରୀଙ୍କ ମଧ୍ୟରେ ଆସନ୍ତା ୩୦ ତାରିଖରେ ଏକ ବୈଠକ ଅନୁଷ୍ଠିତ ହେବ। ଡିସେମ୍ୱର ୧ରୁ ସଂଘ ଧର୍ମଘଟ ଡାକରା ଦେଇଥିବା ପରିପ୍ରେକ୍ଷୀରେ ଏହି ବୈଠକକୁ ଗୁରୁତ୍ୱପୂର୍ଣ ମନେ କରାଯାଉଛି।  ବର୍ଦ୍ଧିତ ପରିବହନ ଟିକସ ଓ ସିଟି ବସକୁ ବାହାରେ ଚଳାଇବାକୁ ବିରୋଧ କରି ସଂଘ ଏ ଧର୍ମଘଟ ଡାକରା ଦେଇଛି। ଏ ବୈଠକରେ ଅର୍ଥମନ୍ତ୍ରୀ, ନଗର ଊନ୍ନୟନ ମନ୍ତ୍ରୀ, ପରିବହନ ମନ୍ତ୍ରୀ, ଶକ୍ତି ମନ୍ତ୍ରୀ ଓ ଅନ୍ୟ ପଦାଧିକାରୀ ଉପସ୍ଥିତ […]

bus stirike from-dec-1

Rakesh Mallick
  • Published: Saturday, 28 November 2015
  • , Updated: 28 November 2015, 02:07 PM IST

ଭୁବନେଶ୍ୱର: ବସ୍ ମାଲିକ ସଂଘ ଓ ଅର୍ଥମନ୍ତ୍ରୀଙ୍କ ମଧ୍ୟରେ ଆସନ୍ତା ୩୦ ତାରିଖରେ ଏକ ବୈଠକ ଅନୁଷ୍ଠିତ ହେବ। ଡିସେମ୍ୱର ୧ରୁ ସଂଘ ଧର୍ମଘଟ ଡାକରା ଦେଇଥିବା ପରିପ୍ରେକ୍ଷୀରେ ଏହି ବୈଠକକୁ ଗୁରୁତ୍ୱପୂର୍ଣ ମନେ କରାଯାଉଛି।  ବର୍ଦ୍ଧିତ ପରିବହନ ଟିକସ ଓ ସିଟି ବସକୁ ବାହାରେ ଚଳାଇବାକୁ ବିରୋଧ କରି ସଂଘ ଏ ଧର୍ମଘଟ ଡାକରା ଦେଇଛି। ଏ ବୈଠକରେ ଅର୍ଥମନ୍ତ୍ରୀ, ନଗର ଊନ୍ନୟନ ମନ୍ତ୍ରୀ, ପରିବହନ ମନ୍ତ୍ରୀ, ଶକ୍ତି ମନ୍ତ୍ରୀ ଓ ଅନ୍ୟ ପଦାଧିକାରୀ ଉପସ୍ଥିତ ରହିବେ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ରମେଶ ମାଝୀ। ଅନ୍ୟପକ୍ଷରେ ପ୍ରସ୍ତାବିତ ଧର୍ମଘଟ ପ୍ରତ୍ୟାହାର କରି ନେବାକୁ ପରିବହନ ମନ୍ତ୍ରୀ ବସ୍ ମାଲିକ ସଂଘକୁ ଅନୁରୋଧ କରିଛନ୍ତି।

Related story