ଦାବି ମାନିନେଲେ ସରକାର, ବସ ଧର୍ମଘଟ ପ୍ରତ୍ୟାହୃତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲିଥିବା ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସମସ୍ତ ଦାବି ରାଜ୍ୟ ସରକାର ମାନି ନେଇଥିବାରୁ ଧର୍ମଘଟକୁ ପ୍ରତ୍ୟାହୃତ କରାଯାଇଛି। ଆଜି ସନ୍ଧ୍ୟା ୫ଟା ପରଠାରୁ ସ୍ୱଭାବିକ ଭାବେ ବସ୍‌ ଚଳାଚଳ କରିବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ। ସିଟି ବସ୍ ଚଳାଚଳ ରୁଟ୍ ପରିବର୍ତ୍ତନ, ପ୍ରଚଳିତ ମୋଟର ଭେଇକିଲ ଟିକସ […]

bus-fare-1

Rakesh Mallick
  • Published: Wednesday, 14 March 2018
  • , Updated: 14 March 2018, 05:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲିଥିବା ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସମସ୍ତ ଦାବି ରାଜ୍ୟ ସରକାର ମାନି ନେଇଥିବାରୁ ଧର୍ମଘଟକୁ ପ୍ରତ୍ୟାହୃତ କରାଯାଇଛି। ଆଜି ସନ୍ଧ୍ୟା ୫ଟା ପରଠାରୁ ସ୍ୱଭାବିକ ଭାବେ ବସ୍‌ ଚଳାଚଳ କରିବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ।

ସିଟି ବସ୍ ଚଳାଚଳ ରୁଟ୍ ପରିବର୍ତ୍ତନ, ପ୍ରଚଳିତ ମୋଟର ଭେଇକିଲ ଟିକସ ବୃଦ୍ଧି ପ୍ରତ୍ୟାହାର ଓ ଘରୋଇ ବସଠାରୁ ଟୋଲ୍‌ ଆଦାୟ ସମ୍ପୂର୍ଣ୍ଣ ଛାଡ଼ ଆଦି ପ୍ରମୁଖ ଦାବି ପୂରଣ ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା ସଂଘ। ଏସବୁ ଦାବି ନେଇ ଗତକାଲି ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କ ସହ ସଂଘର କର୍ମକର୍ତ୍ତା ଆଲୋଚନା କରିଥିଲେ। ପରିବହନ ବିଭାଗ କିଛି ଦାବି ମାନି ନେଇଥିଲା। ମାତ୍ର ସିଟି ବସ୍‌ ଚଳାଚଳ ଦାବି ନେଇ କିଛି ନିଷ୍କର୍ଷ ବାହାରି ପାରିନଥିଲା। ଆଜି ଏହି ଦାବିକୁ ରାଜ୍ୟ ସରକାର ମାନି ନେଇଥିଲା।

Related story