ଓଲଟି ପଡ଼ିଲା ବସ୍‌

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ୱର ଜାତୀୟ ରାଜପଥର ନାକଚି ନିକଟରେ ଆଜି ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ତେବେ ଏଥିରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଆଜି ଭୋର ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ‘କୁନାଲ୍‌’ ନାମକ ଏହି ଘରୋଇ ବସ୍‌ଟି ଭୁବନେଶ୍ୱରରୁ ସମ୍ବଲପୁର ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା। ପୁଲିସ୍‌ର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି […]

accident

Jyoshna Pradhan
  • Published: Sunday, 28 July 2019
  • , Updated: 28 July 2019, 09:21 AM IST

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ୱର ଜାତୀୟ ରାଜପଥର ନାକଚି ନିକଟରେ ଆଜି ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ତେବେ ଏଥିରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

ଆଜି ଭୋର ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ‘କୁନାଲ୍‌’ ନାମକ ଏହି ଘରୋଇ ବସ୍‌ଟି ଭୁବନେଶ୍ୱରରୁ ସମ୍ବଲପୁର ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା। ପୁଲିସ୍‌ର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଡ୍ରାଇଭରଙ୍କ ଅସାବଧାନତା ଯୋଗୁ ଏ ଘଟଣା ଘଟିଛି।  ପୁଲିସ୍‌ ବସ୍‌ଟିକୁ ଜବତ କରି ଅଧିକ ତଦନ୍ତ କରୁଥିବା ବେଳେ ଡ୍ରାଇଭର୍ ଫେରାର ହୋଇଯାଇଛି।

ସୂଚନାଯୋଗ୍ୟ, ଗତକାଲି ସମ୍ବଲପୁର ଜିଲ୍ଲା ଯୁଯୁମରା ନିକଟରେ ‘ଦିଲ୍‌ଖୁସ୍’ ନାମକ ଏକ ବସ୍ ମଧ୍ୟ ଓଲଟି ପଡ଼ିଥିଲା। ଏଥିରେ ୧୨ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ବସ୍‌ଟି ଭୁବନେଶ୍ୱରରୁ ଝାରସୁଗୁଡ଼ାର ବ୍ରଜରାଜନଗର ଯାଉଥିବା ବେଳେ ଭୋର ପ୍ରାୟ ୫ଟା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Related story