ଓଲଟି ପଡ଼ିଲା ବସ୍‌

ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁର ଜିଲ୍ଲା ଜୁଜୁମୁରା ନିକଟସ୍ଥ ବେହେରନବସାରେ ଏକ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସଦର ହସ୍ପିଟାଲ ଓ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍‌ଟି ସମ୍ବଲପୁରରୁ କେଶପାଲି ଅଭିମୁଖେ ଯାଉଥିଲା ବେଳେ ବେହେରନବସାରେ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଡ୍ରାଇଭର ମଦ୍ୟପାନ କରି […]

bus0000p

Tapaswini Nayak
  • Published: Wednesday, 13 February 2019
  • , Updated: 13 February 2019, 08:48 AM IST

ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁର ଜିଲ୍ଲା ଜୁଜୁମୁରା ନିକଟସ୍ଥ ବେହେରନବସାରେ ଏକ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଆହତମାନଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସଦର ହସ୍ପିଟାଲ ଓ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

ବସ୍‌ଟି ସମ୍ବଲପୁରରୁ କେଶପାଲି ଅଭିମୁଖେ ଯାଉଥିଲା ବେଳେ ବେହେରନବସାରେ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଲାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି।
...

Related story