ଧାନ ବିଲକୁ ଓଲଟି ପଡ଼ିଲା ବସ୍‌

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ପଡ଼ାଛକ ନିକଟରେ ଆଜି ଏକ ବସ୍‌ ଓଲଟି ପଡ଼ିବାରୁ ୩୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୩୦ ଜଣ ଯାତ୍ରୀଙ୍କୁ ଖଜୁରିଆକଟା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।ସୂଚନା ଅନୁଯାୟୀ, ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି। ‘ପ୍ରମୋଦା’ ନାମକ ବସ୍‌ଟି ଭୁବନେଶ୍ୱରରୁ ସମ୍ୱଲପୁର […]

accident

Jyoshna Pradhan
  • Published: Thursday, 07 November 2019
  • , Updated: 07 November 2019, 08:41 AM IST

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ପଡ଼ାଛକ ନିକଟରେ ଆଜି ଏକ ବସ୍‌ ଓଲଟି ପଡ଼ିବାରୁ ୩୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୩୦ ଜଣ ଯାତ୍ରୀଙ୍କୁ ଖଜୁରିଆକଟା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।ସୂଚନା ଅନୁଯାୟୀ, ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି। ‘ପ୍ରମୋଦା’ ନାମକ ବସ୍‌ଟି ଭୁବନେଶ୍ୱରରୁ ସମ୍ୱଲପୁର ଯାଉଥିଲା। ପଡ଼ାଛକ ନିକଟରେ ରାସ୍ତା କଡ଼ରେ କାଦୁଅ ଥିବାରୁ ବସ୍‌ଟି ଭାରସାମ୍ୟ ହରାଇ ଏକ ଧାନ ବିଲକୁ ଓଲଟି ପଡ଼ିଥିଲା। ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ।

ଦୁର୍ଘଟଣା ଘଟିବା ପରେ ବସ୍‌ ଡ୍ରାଇଭର ଫେରାର୍ ହୋଇଯାଇଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Related story