୨ ଜିଲ୍ଲା ପରିଷଦ ଆସନ ପାଇଁ ଆଜି ଉପନିର୍ବାଚନ

କୋରାପୁଟ(ଓଡ଼ିଶା ରିପୋର୍ଟର): ଆଜି କୋରାପୁଟ ଜିଲ୍ଲାର ପଟାଙ୍ଗି ଓ ଦଶମନ୍ତପୁର ବ୍ଲକରେ ଖାଲିପଡିଥିବା ୨ଟି ଜିଲ୍ଲା ପରିଷଦ ଆସନ ପାଇଁ ଉପନିର୍ବାଚନ ଆରମ୍ଭ ହୋଇଛି। ଏହି ଉପନିର୍ବାଚନରେ  ଦଶମନ୍ତପୁର ବ୍ଲକର ୮ଟି ପଞ୍ଚାୟତର ୯୧ଟି ବୁଥର ୨୭ ହଜାର ୪ଶହ ୫୮ ଭୋଟର ନିଜ ମତ ରଖିବାର ସୁଯୋଗ ପାଇବେ । ସେହିପରି ପଟାଙ୍ଗିର ୭ଟି ପଞ୍ଚାୟତର ୭୯ଟି ବୁଥର ୨୩ ହଜାର ୬ଶହ ୪୯ ଭୋଟର ମଧ୍ୟ ମତଦାନ ପ୍ରକ୍ରିୟାରେ ସାମିଲ ହେବେ । ଏହି […]

11-koraput-2

Niharika Rout
  • Published: Wednesday, 27 November 2019
  • , Updated: 27 November 2019, 08:56 AM IST

କୋରାପୁଟ(ଓଡ଼ିଶା ରିପୋର୍ଟର): ଆଜି କୋରାପୁଟ ଜିଲ୍ଲାର ପଟାଙ୍ଗି ଓ ଦଶମନ୍ତପୁର ବ୍ଲକରେ ଖାଲିପଡିଥିବା ୨ଟି ଜିଲ୍ଲା ପରିଷଦ ଆସନ ପାଇଁ ଉପନିର୍ବାଚନ ଆରମ୍ଭ ହୋଇଛି। ଏହି ଉପନିର୍ବାଚନରେ  ଦଶମନ୍ତପୁର ବ୍ଲକର ୮ଟି ପଞ୍ଚାୟତର ୯୧ଟି ବୁଥର ୨୭ ହଜାର ୪ଶହ ୫୮ ଭୋଟର ନିଜ ମତ ରଖିବାର ସୁଯୋଗ ପାଇବେ । ସେହିପରି ପଟାଙ୍ଗିର ୭ଟି ପଞ୍ଚାୟତର ୭୯ଟି ବୁଥର ୨୩ ହଜାର ୬ଶହ ୪୯ ଭୋଟର ମଧ୍ୟ ମତଦାନ ପ୍ରକ୍ରିୟାରେ ସାମିଲ ହେବେ ।

ଏହି ଦୁଇଟି ବ୍ଲକରେ ସୁଚାରୁ ରୂପେ ନିର୍ବାଚନ ପରିଚାଳନା କରିବା ପାଇଁ  ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ଶୀତ କାକରକୁ ଖାତିର ନ କରି ସକାଳୁ ସକାଳୁ ଭୋଟରମାନେ ଭୋଟ ଦେବା ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ଦେଖାଯାଇଛି। 

Related story