ବାଲେଶ୍ୱର ସଦର ଉପ-ନିର୍ବାଚନ: ଚର୍ଚ୍ଚାରେ ଅରିନ୍ଦମଙ୍କ ନାଁ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁ ଆରମ୍ଭ ହୋଇଛି କସରତ।  ଗତକାଲିଠାରୁ ଜିଲ୍ଲାରେ ଡେରା ପକାଇଛନ୍ତି ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଆଜି ଜିଲ୍ଲାର ସମସ୍ତ ବିଧାୟକ, ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ପରାଜିତ ବିଧାୟକଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି।  ସର୍କିଟ ହାଉସରେ ବସିଥିଲା ଏ ବୈଠକ । ପୂର୍ବରୁ ବାଲେଶ୍ୱର ସଦର ବିଧାୟକ ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶ ଓ ଜିଲ୍ଲା […]

5bnm

5bnm

Tapas Behera
  • Published: Tuesday, 22 September 2020
  • Updated: 22 September 2020, 03:46 PM IST

Sports

Latest News

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁ ଆରମ୍ଭ ହୋଇଛି କସରତ।  ଗତକାଲିଠାରୁ ଜିଲ୍ଲାରେ ଡେରା ପକାଇଛନ୍ତି ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଆଜି ଜିଲ୍ଲାର ସମସ୍ତ ବିଧାୟକ, ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ପରାଜିତ ବିଧାୟକଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି।  ସର୍କିଟ ହାଉସରେ ବସିଥିଲା ଏ ବୈଠକ ।

ପୂର୍ବରୁ ବାଲେଶ୍ୱର ସଦର ବିଧାୟକ ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶ ଓ ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଲାଗିଥିଲା । ସିନେଷ୍ଟାର ଅରିନ୍ଦମ ଦାସ ମଧ୍ୟ ବାଲେଶ୍ୱର ସଦରରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ରହିଛି।  ପ୍ରାର୍ଥୀ କିଏ ହେବ ତାହା ଖୁବଶିଘ୍ର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି କହିଛନ୍ତି ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା। ସେପଟେ ବିଜେପି ପକ୍ଷରୁ ମଧ୍ୟ ବାଲେଶ୍ୱର ସଦର ଉପନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।  ବାଲେଶ୍ୱର ସଦରରେ ବିଜେପି ଭଲ ସ୍ଥିତିରେ ଅଛି ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଅନ୍ୟପକ୍ଷରେ ସରକାରୀ ଦଳ ଯଦି ଅର୍ଥ ଓ ବାହୁବଳର ପ୍ରୟୋଗ ନକରିବେ କଂଗ୍ରେସ ବିଜୟୀ ହେବ ବୋଲି କହିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos