ବୟସ୍କ ଓ ଦିବ୍ୟାଙ୍ଗ ଦେବେ ପୋଷ୍ଟାଲ ବାଲାଟରେ ଭୋଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ବିଗୁଲ୍‌ ବାଜିଛି। ମହାମାରୀ କରୋନା ଭିତରେ ନଭେମ୍ବର ୩ ତାରିଖରେ ଉଭୟ ଆସନରେ ହେବ ନିର୍ବାଚନ। ଗୋଟିଏ ବୁଥ୍‌ରେ ସର୍ବାଧିକ ୧ ହଜାର ଭୋଟର ଭୋଟ ଦେଇପାରିବେ। ଭୋଟର ସଂଖ୍ୟା କଟକଣା ଯୋଗୁ ବଢ଼ିଲା ଭୋଟଦାନ କେନ୍ଦ୍ର। ବାଲେଶ୍ୱରରେ ୩୪୬ ଓ ତିର୍ତ୍ତୋଲରେ ୩୭୩ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି। ୮୦ ବର୍ଷରୁ ଅଧିକ ବୟସ୍କ ଓ ଦିବ୍ୟାଙ୍ଗମାନେ ପୋଷ୍ଟାଲ ବାଲାଟରେ ଭୋଟ୍‌ ଦେଇପାରିବେ ବୋଲି […]

vvpad

Manoranjan Sial
  • Published: Tuesday, 29 September 2020
  • , Updated: 29 September 2020, 07:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ବିଗୁଲ୍‌ ବାଜିଛି। ମହାମାରୀ କରୋନା ଭିତରେ ନଭେମ୍ବର ୩ ତାରିଖରେ ଉଭୟ ଆସନରେ ହେବ ନିର୍ବାଚନ। ଗୋଟିଏ ବୁଥ୍‌ରେ ସର୍ବାଧିକ ୧ ହଜାର ଭୋଟର ଭୋଟ ଦେଇପାରିବେ। ଭୋଟର ସଂଖ୍ୟା କଟକଣା ଯୋଗୁ ବଢ଼ିଲା ଭୋଟଦାନ କେନ୍ଦ୍ର। ବାଲେଶ୍ୱରରେ ୩୪୬ ଓ ତିର୍ତ୍ତୋଲରେ ୩୭୩ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି। ୮୦ ବର୍ଷରୁ ଅଧିକ ବୟସ୍କ ଓ ଦିବ୍ୟାଙ୍ଗମାନେ ପୋଷ୍ଟାଲ ବାଲାଟରେ ଭୋଟ୍‌ ଦେଇପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି।

ବାଲେଶ୍ୱର ସଦ ଓ ତିର୍ତ୍ତୋଲ ଆସନ ପାଇଁ ଅକ୍ଟୋବର ୯ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି। ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୧୬ ରହିଛି। ଏହାର ପର ଦିନ ଅର୍ଥାତ ଅକ୍ଟୋବର ୧୭ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ପ୍ରାର୍ଥିପତ୍ର ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୧୯। ଏହା ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ନଭେମ୍ବର ୩ରେ ଭୋଟ୍ ଓ ଫଳାଫଳ ପ୍ରକାଶ ପାଇବ ନଭେମ୍ବର ୧୦ରେ।  କୋଭିଡ୍ କଟକଣା ଭିତରେ ସୁରୁଖୁରୁରେ ନିର୍ବାଚନ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। କରୋନା ଆକ୍ରାନ୍ତଙ୍କ ମଧ୍ୟ ଭୋଟ୍‌ ଦେଇପାରିବେ। ଶେଷ ଏକ ଘଣ୍ଟାରେ ସେମାନଙ୍କ ପାଇଁ ଭୋଟ୍ ଦେବାର ବ୍ୟବସ୍ଥା କରାଯାଉଛି। ବୁଥ୍‌ରେ ଗହଳି ଏଡ଼ାଇବାକୁ ପ୍ରତି ହଜାରେ ଭୋଟରଙ୍କ ପାଇଁ ହେବ ଗୋଟିଏ ମତଦାନ କେନ୍ଦ୍ର। ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯିବ ସହିତ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି କହିଛନ୍ତି।

Related story