ସିଏଏ ନେଇ ୧ କୋଟି ଓଡିଶାବାସୀଙ୍କୁ ଭେଟିବ ବିଜେପି: ଧର୍ମେନ୍ଦ୍ର

ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର):ନାଗରିକତା ସଂଶୋଧନ ଆଇନ (ସିଏଏ) ଉପରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ମାସେବ୍ୟାପୀ ଓଡିଶା ସମେତ ସାରାଦେଶରେ ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ବିଜେପିର କାର୍ଯ୍ୟକକର୍ତ୍ତା ଓ ପ୍ରତିନିଧିମାନେ ସାରା ଭାରତବର୍ଷର ୩ କୋଟି ଏବଂ ଓଡିଶାର ୧ କୋଟି ଲୋକଙ୍କସହ ସମ୍ପର୍କ କରି ଏ ବିଷୟରେ ସଚେତନତା କରିବେ । ଏଥିପାଇଁ ଜିଲ୍ଲା ଓ ରାଜ୍ୟସ୍ତରରେ ଗାଁ, ପଂଚାୟତ ଏବଂ ସହର ମାନଙ୍କରେ ଜନସଭା, […]

b-9087

Tapas Behera
  • Published: Thursday, 26 December 2019
  • , Updated: 26 December 2019, 05:43 PM IST

ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର):ନାଗରିକତା ସଂଶୋଧନ ଆଇନ (ସିଏଏ) ଉପରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ମାସେବ୍ୟାପୀ ଓଡିଶା ସମେତ ସାରାଦେଶରେ ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ

କରାଯିବ । ବିଜେପିର କାର୍ଯ୍ୟକକର୍ତ୍ତା ଓ ପ୍ରତିନିଧିମାନେ ସାରା ଭାରତବର୍ଷର ୩ କୋଟି ଏବଂ ଓଡିଶାର ୧ କୋଟି ଲୋକଙ୍କସହ ସମ୍ପର୍କ କରି ଏ ବିଷୟରେ ସଚେତନତା କରିବେ । ଏଥିପାଇଁ ଜିଲ୍ଲା ଓ ରାଜ୍ୟସ୍ତରରେ ଗାଁ, ପଂଚାୟତ ଏବଂ ସହର ମାନଙ୍କରେ ଜନସଭା, ବୁଦ୍ଧିଜୀବୀ ସମ୍ମିଳନୀ ଓ ଶୋଭାଯାତ୍ରା ଆୟୋଜନ କରାଯିବ ବୋଲି ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଏବଂ ପରେ ନାଗରିକତା ସଂଶୋଧିନ ଅଧିନିୟମ ଉପରେ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସିଏଏ କାହା ବିରୋଧ ନୁହେଁ ୩ଟି ଦେଶର ସଂଖ୍ୟାଲଘୁଙ୍କୁ ଭାରତ ସହ ଯୋଡିବାର ବ୍ୟବସ୍ଥା । ସିଏଏ ଭାରତର ପଡୋଶୀ ଦେଶ ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ତାନରୁ ଧାର୍ମିକ ରୁପେ ନିର୍ଯ୍ୟାତନାର ଶୀକାର ହୋଇ ଭାରତକୁ ଆସିଥିବା ସେ ଦେଶର ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀ ମାନଙ୍କୁ ନାଗରିକତା ପ୍ରଦାନ କରିବ ବୋଲି ସେ ପ୍ରକାଶ କହିଛନ୍ତି ।

ସେ କହିଛନ୍ତି ଯେ ସମ୍ବିଧାନର ଧାରା ୧୪କୁ ସିଏଏ ଉଲ୍ଲଘଂନ କରୁନାହିଁ । କାରଣ ସମ୍ବିଧାନର ଧାରା ୧୪ରେ ଭାରତୀୟ ନାଗରିକ ସମ୍ପର୍କରେ ଲେଖାଯାଇଛି । ୧୯୪୭ ମସିହାରେ ଧାର୍ମିକ ଆଧାରରେ ଦେଶ ବିଭାଜନ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିଏଏ ସାହାସିକ ପଦକ୍ଷେପ । କିନ୍ତୁ ବିରୋଧୀ ଦଳ ବିଶେଷ ଭାବରେ କଂଗ୍ରେସ ଦଳ ଅସହିଷ୍ଣୁ ହୋଇ ଦେଶରେ ଅରାଜକତା ତିଆରି କରିବାର ଅପଚେଷ୍ଟା କରୁଛି । ଏହାକୁ ବିଜେପି ଘୋର ନିନ୍ଦା କରୁଛି । ଗଣତନ୍ତ୍ରରେ ବାଦବିବାଦ, ତର୍କବିତର୍କର ସ୍ଥାନ ଅଛି । କିନ୍ତୁ ହିଂସାର ସ୍ଥାନ ନାହିଁ ।

ସେ କହିଛନ୍ତି ଯେ ଯଦି କଂଗ୍ରେସ ଧର୍ମ ଆଧାରରେ ଦେଶର ବିଭାଜନ କରି ନ ଥାନ୍ତା ତେବେ ଏହି ଆଇନର ଆବଶ୍ୟକତା ପଡି ନ ଥାନ୍ତା । ଭାରତ ବିଭାଜନ ପରେ ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପରସ୍ପରଙ୍କ ଦେଶରେ ଥିବା ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ଏକ ଚୁକ୍ତି ହୋଇଥିଲା ଯାହା ନେହରୁ- ଲିଆକତ ଚୁକ୍ତି ନାମରେ ପରିଚିତ । ଏହି ଚୁକ୍ତି ଅନୁସାରେ ଉଭୟ ଦେଶ ନିଜ ନିଜ ଦେଶରେ ରହୁଥିବା ସଂଖ୍ୟାଲଘୁ ମାନଙ୍କ ବିଷୟରେ ଚିନ୍ତା କରିବେ ବୋଲି କୁହା ଯାଇଥିଲା । ଏହି ଚୁକ୍ତିକୁ ଭାରତ ପାଳନ କଲା ହେଲେ ପାକିସ୍ତାନ ପାଳନ କଲା ନାହିଁ ବୋଲି ସେ କହିଛନ୍ତି।

Related story