ଶୌଚ ପାଇଁ ଅଟକିଥିଲେ ନର୍ସ, ଭ୍ୟାନିଟି ବ୍ୟାଗ୍ ଧରି କାର୍‌ ଚାଳକ ଛୁ’

ଯାଜପୁର(ଗୁଲାମ ଗସ୍): ବାପାଙ୍କ ଦେହାନ୍ତ ଖବର ପାଇ ଘରକୁ ଫେରୁଥିଲେ ଜଣେ ନର୍ସ। ବାଟରେ ଶୌଚ ପାଇଁ ସେ ଗାଡ଼ି ଅଟକାଇ ବାହାରକୁ ଯାଇଥିବା ବେଳେ ନର୍ସଙ୍କ ଭ୍ୟାନିଟି ବ୍ୟାଗ ଧରି ଛୁ’ ମାରିଛି ଗାଡ଼ି ଚାଳକ। ଗତକାଲି ୧୬ ନମ୍ୱର ଜାତୀୟ ରାଜପଥରେ ଏହି ଘଟଣା ଘଟିଛି। ଏନେଇ ଅଭିଯୋଗ ହେବା ପରେ ଯାଜପୁର ଜିଲ୍ଲା ଧର୍ମଶାଳା ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଲୁଟେରା କାର୍‌ ଚାଳକକୁ ଆଜି ସକାଳେ ଗିରଫ କରିଛି। ବାଲେଶ୍ୱର […]

balasore

Manoranjan Sial
  • Published: Sunday, 04 August 2019
  • , Updated: 04 August 2019, 05:32 PM IST

ଯାଜପୁର(ଗୁଲାମ ଗସ୍): ବାପାଙ୍କ ଦେହାନ୍ତ ଖବର ପାଇ ଘରକୁ ଫେରୁଥିଲେ ଜଣେ ନର୍ସ। ବାଟରେ ଶୌଚ ପାଇଁ ସେ ଗାଡ଼ି ଅଟକାଇ ବାହାରକୁ ଯାଇଥିବା ବେଳେ ନର୍ସଙ୍କ ଭ୍ୟାନିଟି ବ୍ୟାଗ ଧରି ଛୁ' ମାରିଛି ଗାଡ଼ି ଚାଳକ। ଗତକାଲି ୧୬ ନମ୍ୱର ଜାତୀୟ ରାଜପଥରେ ଏହି ଘଟଣା ଘଟିଛି। ଏନେଇ ଅଭିଯୋଗ ହେବା ପରେ ଯାଜପୁର ଜିଲ୍ଲା ଧର୍ମଶାଳା ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଲୁଟେରା କାର୍‌ ଚାଳକକୁ ଆଜି ସକାଳେ ଗିରଫ କରିଛି।

ବାଲେଶ୍ୱର ଜିଲ୍ଲା ମାର୍କୋଣା ଅଞ୍ଚଳର ନିରୁପମା ବିଶ୍ୱାଳ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍ସ ଭାବେ କାର୍ଯ୍ୟ କରନ୍ତି। ଗତକାଲି ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ଏହି ଦୁଃଖଦ ଖବର ପାଇ ନିରୁପମା ଅନୁଗୋଳରୁ ବସ୍‌ରେ ମଙ୍ଗୁଳି ଛକ ପର୍ଯ୍ୟନ୍ତ ଆସିଥିଲେ। ପରେ ସେଠାରୁ ଏକ କାର୍‌ ଭଡ଼ା କରି ଘରକୁ ଫେରୁଥିଲେ। ତେବେ ରାସ୍ତାରେ ନିରୁପମା ଶୌଚ ପାଇଁ ଗାଡ଼ି ଅଟକାଇବାକୁ ଚାଳକଙ୍କୁ କହିଥିଲେ।

[caption id="attachment_415628" align="aligncenter" width="750"] ଲୁଟେରା[/caption]

କାର୍‌ ଚାଳକ ୧୬ ନମ୍ୱର ଜାତୀୟ ରାଜପଥର ଯାଜପୁର ଜିଲ୍ଲା ବାରବାଟୀ ଛକରେ ଗାଡ଼ି ଅଟକାଇଥିଲେ। ନିରୁପମା ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଚାଳକ ଗାଡ଼ି ଧରି ଚମ୍ପଟ ମାରିଥିଲେ। ନିରୁପମାଙ୍କ ଭ୍ୟାନିଟି ବ୍ୟାଗରେ ରହିଥିଲା ନଗଦ ୫ ହଜାର ଟଙ୍କା, ମୋବାଇଲ୍ ଫୋନ୍, ଏଟିଏମ୍‌ କାର୍ଡ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର। ପରେ ନିରୁପମା

ଏନେଇ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତ କାର୍‌ ଚାଳକ ଯାଜପୁର ଷ୍ଟେସନ୍‌ ରୋଡ଼୍‌ ଅଞ୍ଚଳ ବିକାଶ କୁମାର ଲାହାଙ୍କୁ ଆଜି ସକାଳେ ଗିରଫ କରିଛି।

Related story