ରାଜ୍ୟର ୨୧୫ଟି ଆଇନ ରଦ୍ଦ ପାଇଁ କ୍ୟାବିନେଟ ଦେଲା ଅନୁମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୫୦ ମସିହାରୁ ୨୦୧୧ ମସିହା ମଧ୍ୟରେ ରାଜ୍ୟରେ ପ୍ରଚଳିତ ଥିବା ୨୧୫ଟି ଆଇନକୁ ରଦ୍ଦ ବା ନିରସ୍ତ୍ର କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଇନ ବିଭାଗ ଦେଇଥିବା ୨୧୪ଟି ଆଇନକୁ ନିରସ୍ତ୍ର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟ ବିଧି ଆୟୋଗ ୨୦୨୦ ସେପ୍ଟେମ୍ବର ୨୪ତାରିଖରେ ନିଜର ସୁପାରିସ ରିପୋର୍ଟରେ ଅପ୍ରାସଙ୍ଗିକ ହୋଇପଡ଼ିଥିବା ଏହି ୨୧୪ଟି ଆଇନକୁ […]

naveen

Manoranjan Sial
  • Published: Thursday, 12 November 2020
  • , Updated: 12 November 2020, 07:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୫୦ ମସିହାରୁ ୨୦୧୧ ମସିହା ମଧ୍ୟରେ ରାଜ୍ୟରେ ପ୍ରଚଳିତ ଥିବା ୨୧୫ଟି ଆଇନକୁ ରଦ୍ଦ ବା ନିରସ୍ତ୍ର କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଇନ ବିଭାଗ ଦେଇଥିବା ୨୧୪ଟି ଆଇନକୁ ନିରସ୍ତ୍ର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟ ବିଧି ଆୟୋଗ ୨୦୨୦ ସେପ୍ଟେମ୍ବର ୨୪ତାରିଖରେ ନିଜର ସୁପାରିସ ରିପୋର୍ଟରେ ଅପ୍ରାସଙ୍ଗିକ ହୋଇପଡ଼ିଥିବା ଏହି ୨୧୪ଟି ଆଇନକୁ ନିରସ୍ତ୍ର କରିବା ନିମନ୍ତେ ସୁପାରିସ୍ କରିଥିଲେ। ଅଧିକ ପରୀକ୍ଷା କରିବାପରେ ୧୯୭୨ ମସିହାରେ ପ୍ରଣୟନ କରାଯାଇଥିବା ଏକ ବିନିଯୋଗ ଅଧିନିୟମ ମଧ୍ୟ ନିରସ୍ତ୍ର କରିବାକୁ ଚିହ୍ନଟ ହୋଇଛି।

ସେହିପରି ମୋଟ ୨୧୫ଟି ଆଇନକୁ ନିରସ୍ତ୍ର କରିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ତେଣୁ ରାଜ୍ୟ ବିଧି ଆୟୋଗଙ୍କ ସୁପାରିସକୁ ଗ୍ରହଣ କରି ରାଜ୍ୟ ସରକାର ଓଡ଼ିଶା ବିନିଯୋଗ(ନିରସ୍ତ୍ର) ଅଧିନିୟମ-୨୦୨୦ ପ୍ରଣୟନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ୨୧୫ଟି ଅପ୍ରାସଙ୍ଗିକ ଅବା ଅକାମି ହୋଇ ରହିଥିବା ଆଇନକୁ ନିରସ୍ତ୍ର କରାଯାଇପାରିବ।

Related story