ସିଇଟି ହେବ ଓୟୁଟିଆର, ମିଳିଲା କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ସିଇଟି)କୁ ଏକକ ବିଶ୍ୱବିଦ୍ୟାଳୟ ସ୍ତରକୁ ଉନ୍ନୀତ କରି ଓଡ଼ିଶା ଟେକ୍ନୋଲୋଜି ଓ ରିସର୍ଚ୍ଚ ବିଶ୍ୱବିଦ୍ୟାଳୟ(ଓୟୁଟିଆର) ପ୍ରତିଷ୍ଠା ନିମନ୍ତେ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଓୟୁଟିଆର ଚିଠା ବିଲ୍‌-୨୦୨୧କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି। ଏହାସହିତ ମୋଟ ୧୫ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରାୟ ୪୦ମିନିଟ୍ ଧରି ଚାଲିଥିବା କ୍ୟାବିନେଟ ବୈଠକ ସମ୍ପର୍କରେ ମୁଖ୍ୟ […]

CET-College

Ordigital Desk
  • Published: Saturday, 17 July 2021
  • , Updated: 17 July 2021, 08:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ସିଇଟି)କୁ ଏକକ ବିଶ୍ୱବିଦ୍ୟାଳୟ ସ୍ତରକୁ ଉନ୍ନୀତ କରି ଓଡ଼ିଶା ଟେକ୍ନୋଲୋଜି ଓ ରିସର୍ଚ୍ଚ ବିଶ୍ୱବିଦ୍ୟାଳୟ(ଓୟୁଟିଆର) ପ୍ରତିଷ୍ଠା ନିମନ୍ତେ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଓୟୁଟିଆର ଚିଠା ବିଲ୍‌-୨୦୨୧କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି। ଏହାସହିତ ମୋଟ ୧୫ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରାୟ ୪୦ମିନିଟ୍ ଧରି ଚାଲିଥିବା କ୍ୟାବିନେଟ ବୈଠକ ସମ୍ପର୍କରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପ୍ରସ୍ତାବିତ ଓୟୁଟିଆର ବିଶ୍ୱବିଦ୍ୟାଳୟରେ ଇଞ୍ଜିନିୟରିଂ, ସାଇନ୍ସ, ଟେକ୍ନୋଲୋଜି ଓ ଆଇଟି ଗବେଷଣା, ପ୍ରଶିକ୍ଷଣ, ଅନୁସନ୍ଧାନ ନିମନ୍ତେ ଗ୍ରାଜୁଏସନ, ପିଜି ଓ ପିଏଚଡି ଛାତ୍ରଛାତ୍ରୀଙ୍କୁ ସୁବିଧା ମିଳିବ। ଏହାର ସ୍ଥାପନ ଦ୍ୱାରା ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କମ୍ପାନୀ ସମୂହ ସହିତ ଦୀର୍ଘମିଆଦୀ ସମ୍ପର୍କ ନିମନ୍ତେ ଏମଓୟୁ ଚୁକ୍ତି କରିବାର ସୁଯୋଗ ସୃଷ୍ଟି ହେବ। ଏହି ବିଶ୍ୱବିଦ୍ୟାଳୟ ଦକ୍ଷତା ବିକାଶ ଓ ଶିଳ୍ପ ତାଲିମ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟର ଯୁବବର୍ଗଙ୍କ ନିଯୁକ୍ତି କ୍ଷେତ୍ରରେ ଉନ୍ନତି ପାଇଁ ମଧ୍ୟ ସହାୟତା ପ୍ରଦାନ କରିବ। କଲେଜକୁ ବିଶ୍ୱବିଦ୍ୟାଳୟରେ ନବୀକରଣ କରିବା ଦ୍ୱାରା ରାଜ୍ୟ, ଦେଶ, ବିଦେଶର ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ସହିତ ଅଭିଜ୍ଞତା ଆଦାନପ୍ରଦାନ କରାଯାଇପାରିବ ତଥା ଉଚ୍ଚଶିକ୍ଷା ଓ ଅନୁସନ୍ଧାନ ପାଇଁ ନୂଆ ଦ୍ୱାର ଉନ୍ମୁକ୍ତ ହୋଇପାରିବ।

ସେହିପରି ଓଡ଼ିଶା ଗ୍ରାମପଂଚାୟତ ନିର୍ବାହୀ ଅଧିକାରୀ(ନିଯୁକ୍ତି ଓ ସେବା ସର୍ତ୍ତାବଳୀ ପ୍ରଣାଳୀ) ନିୟମାବଳୀ ୨୦୨୧କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ପଂଚାୟତରେ କାର୍ଯ୍ୟରତ ସର୍ବନିମ୍ନ ୫ବର୍ଷ ଅଭିଜ୍ଞତା ଥିବା ଗ୍ରାମ ରୋଜଗାର ସେବକ(ଜିଆରଏସ)ଙ୍କୁ ଖାଲିଥିବା ପଦବୀର ୩୦ ପ୍ରତିଶତରେ ନିଯୁକ୍ତି ଓ ବାକି ୭୦ ପ୍ରତିଶତ ପଦବୀକୁ ଜିଲ୍ଲାପାଳମାନଙ୍କ ପ୍ରତ୍ୟକ୍ଷ ନିଯୁକ୍ତି ମାଧ୍ୟମରେ ଯୁକ୍ତ ଦୁଇ ପାସ୍ କରିଥିବା ନମ୍ବରକୁ ଆଧାର କରି ଚୟନ କରାଯିବାର ବ୍ୟବସ୍ଥା ରହିଛି। ମାତ୍ର ଏହି ପ୍ରଚଳିତ ନିଯୁକ୍ତି ପଦ୍ଧତି ଦ୍ୱାରା ବିବାଦୀୟ ପରିସ୍ଥିତି ହେଉଥିବାରୁ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଓଡ଼ିଶା ପଂଚାୟତ ନିର୍ବାହୀ ଅଧିକାରୀ(ନିଯୁକ୍ତି ଓ ସେବା ସର୍ତ୍ତାବଳୀ ପ୍ରଣାଳୀ) ନିୟମାବଳୀ-୨୦୨୧ ପ୍ରଣୟନ ନିମନ୍ତେ ପ୍ରସ୍ତାବକୁ କ୍ୟାବିନେଟ ଅନୁମତି ଦେଇଛନ୍ତି । ଏହାଫଳରେ ଖାଲିଥିବା ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀ ପଦବୀ ଏଣିକି ଓଡ଼ିଶା ସର୍ବଅଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନ ମାଧ୍ୟମରେ ପ୍ରତ୍ୟକ୍ଷ ନିଯୁକ୍ତି ପରୀକ୍ଷା କରାଯାଇ ପୂରଣ କରାଯିବାର ବ୍ୟବସ୍ଥା ରଖାଯାଇଛି। ଜିଆରଏସଙ୍କୁ ୪୫ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସାମିଲ ହେବା ପାଇଁ ବୟସସୀମାକୁ ମଧ୍ୟ କୋହଳ କରାଯାଇଛି।

Related story