୬ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଗଠନ ହେଲା ମିଶନ ଶକ୍ତି ନିର୍ଦ୍ଦେଶାଳୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ୍‌ ବୈଠକରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବିଶେଷ କରି ମହିଳାଙ୍କ ଅର୍ଥନୈତିକ ଓ ସାମାଜିକ ଅଭିବୃଦ୍ଧି ପାଇଁ ମିଶନ ଶକ୍ତି ନିର୍ଦ୍ଦେଶାଳୟ ଗଠନ କରାଯାଇଛି। ଏହାସହ ଆଇଜରକୁ ୨୦୦ ଏକର ଜମି ରିହାତି ଦରରେ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦିଆଯାଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ପାନୀୟଜଳ ଯୋଗାଣକୁ ପଞ୍ଚାୟତିରାଜ ବିଭାଗ ଅଧୀନକୁ ଅଣାଯାଇଛି। […]

cabinet

Rakesh Mallick
  • Published: Wednesday, 05 April 2017
  • , Updated: 05 April 2017, 08:14 PM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ୍‌ ବୈଠକରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବିଶେଷ କରି ମହିଳାଙ୍କ ଅର୍ଥନୈତିକ ଓ ସାମାଜିକ ଅଭିବୃଦ୍ଧି ପାଇଁ ମିଶନ ଶକ୍ତି ନିର୍ଦ୍ଦେଶାଳୟ ଗଠନ କରାଯାଇଛି। ଏହାସହ ଆଇଜରକୁ ୨୦୦ ଏକର ଜମି ରିହାତି ଦରରେ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦିଆଯାଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ପାନୀୟଜଳ ଯୋଗାଣକୁ ପଞ୍ଚାୟତିରାଜ ବିଭାଗ ଅଧୀନକୁ ଅଣାଯାଇଛି। ୩ଟି ବିଭାଗର ନାମ ମଧ୍ୟ ପରିବର୍ତ୍ତନ କରାଯାଇଛି। ପଞ୍ଚାୟତିରାଜ ବିଭାଗର ନାମ ପରିବର୍ତ୍ତନ ହୋଇ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ ରଖାଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗର ନାମ ପରିବର୍ତ୍ତନ ହୋଇ ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ରଖାଯାଇଛି। ସେହିପରି ସାଧାରଣ ଅଭିଯୋଗ ଓ ପେନ୍‌ସନ ପ୍ରଶାସନ ବିଭାଗ ସାଧାରଣ ପ୍ରଶାସନ ସହ ମିଶ୍ରଣ ହୋଇଛି। ଏହାର ନାମ ସାଧାରଣ ଅଭିଯୋଗ ଓ ପେନ୍‌ସନ ପ୍ରଶାସନ ବିଭାଗ ରଖାଯାଇଛି।

ଏହାସହ ସେଣ୍ଟ୍ରାଲ ପିଏସ୍‌ୟୁ ଜଳ କର ବାବଦକୁ ନିଆଯାଉଥିବା ପେନାଲଟି ସୁଧ ବର୍ଷକୁ ୨୪ ପ୍ରତିଶତରୁ ୧୨ ପ୍ରତିଶତକୁ କମାଇ ଦେଇଛନ୍ତି ରାଜ୍ୟ ସରକାର।

Related story