ଫୁଲବାଣୀରେ ମେଡିକାଲ କଲେଜକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଫୁଲବାଣୀରେ ୧୦୦ସିଟ୍ ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ କୋରାପୁଟଠାରେ ଥିବା ମେଡିକାଲ କଲେଜର ସିଟ୍ ସଂଖ୍ୟାକୁ ୬୫୦କୁ ବୃଦ୍ଧି ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଏଥିନିମନ୍ତେ ୬୫୦କୋଟି ଟଙ୍କାର ଟର୍ଣ୍ଣ-କି ଟେଣ୍ଡରକୁ ମଧ୍ୟ ଅନୁମୋଦନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନୂଆ ମେଡିକାଲ କଲେଜ ସ୍ଥାପନ ଓ ସିଟ୍ […]

Balasore-medical-college11

Manoranjan Sial
  • Published: Wednesday, 09 December 2020
  • , Updated: 09 December 2020, 08:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଫୁଲବାଣୀରେ ୧୦୦ସିଟ୍ ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ କୋରାପୁଟଠାରେ ଥିବା ମେଡିକାଲ କଲେଜର ସିଟ୍ ସଂଖ୍ୟାକୁ ୬୫୦କୁ ବୃଦ୍ଧି ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଏଥିନିମନ୍ତେ ୬୫୦କୋଟି ଟଙ୍କାର ଟର୍ଣ୍ଣ-କି ଟେଣ୍ଡରକୁ ମଧ୍ୟ ଅନୁମୋଦନ କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନୂଆ ମେଡିକାଲ କଲେଜ ସ୍ଥାପନ ଓ ସିଟ୍ ସଂଖ୍ୟା ବୃଦ୍ଧି ପାଇଁ ନୀତିଗତ ନିଷ୍ପତ୍ତି ନେବା ସହ ଏହି ଦୁଇ ମେଡିକାଲ କଲେଜର ନିର୍ମାଣ ନିମନ୍ତେ ୬୮୦କୋଟି ଟଙ୍କାର ଟର୍ଣ୍ଣ-କି ଟେଣ୍ଡରକୁ ମେସର୍ସ ସାପୁର୍ଜି ପାଲୋଞ୍ଜି ଆଣ୍ଡ କମ୍ପାନୀ ପ୍ରାଃ ଲିଃକୁ ମଧ୍ୟ ନ୍ୟସ୍ତ ପାଇଁ ମଞ୍ଜୁରୀ ଦେଇଛନ୍ତି। ଏହି ନିର୍ମାଣ କାର୍ଯ୍ୟ ୩୬ମାସ ମଧ୍ୟରେ ଶେଷ ହେବ।

ରାଜ୍ୟରେ ଯୋଗ୍ୟ ଡାକ୍ତରଙ୍କ ଆବଶ୍ୟକତା ପୂରଣ ଓ ମେଡିକାଲ ଶିକ୍ଷାର ପ୍ରସାର ପାଇଁ ସରକାର ଏହି ମେଡିକାଲ କଲେଜ ଭିତ୍ତିଭୂମି ବୃଦ୍ଧି କରୁଛନ୍ତି ବୋଲି କହିଛନ୍ତି।

Related story