କ୍ୟାବିନେଟ୍‌ରେ ୯ଟି ପ୍ରସ୍ତାବରେ ମୋହର ଲାଗିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିପିୟୁଟି ସଂଶୋଧନ ବିଲ୍। ୨୦୧୬ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମୋହର ମାରିଛି। ପ୍ରୋ-ଚ୍ୟାନସେଲର ପଦବୀ ଉଚ୍ଛେଦ ଲାଗି ନିଷ୍ପତ୍ତି ହୋଇଛି। ପୂର୍ବରୁ ବିଲ୍‌କୁ ରାଜ୍ୟପାଳ ଫେରାଇ ଦେଇଥିଲେ। ଏହା ପରେ ସରକାର ଏଥିରେ ସଂଶୋଧନ ଆଣିଛନ୍ତି। ସେପଟେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ଦଶପଲ୍ଲାରୁ ବଲାଙ୍ଗିର ପର୍ଯ୍ୟନ୍ତ ଟ୍ରାକ୍ ନିର୍ମାଣ ଲାଗି ସରକାର ୮୮୧ ଏକର ଜମି ବିନା ମୂଲ୍ୟରେ ଜମି ଯୋଗାଇ ଦେବେ। ସେହିପରି IIM ସମ୍ବଲପୁରକୁ ବସନ୍ତପୁର ଓ ବଡ଼ସିଂହାରୀ ମୌଜାରୁ ୧୮୧.୭୭ […]

naveen1

Rakesh Mallick
  • Published: Thursday, 21 June 2018
  • , Updated: 21 June 2018, 08:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିପିୟୁଟି ସଂଶୋଧନ ବିଲ୍। ୨୦୧୬ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମୋହର ମାରିଛି। ପ୍ରୋ-ଚ୍ୟାନସେଲର ପଦବୀ ଉଚ୍ଛେଦ ଲାଗି ନିଷ୍ପତ୍ତି ହୋଇଛି। ପୂର୍ବରୁ ବିଲ୍‌କୁ ରାଜ୍ୟପାଳ ଫେରାଇ ଦେଇଥିଲେ। ଏହା ପରେ ସରକାର ଏଥିରେ ସଂଶୋଧନ ଆଣିଛନ୍ତି।

ସେପଟେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ଦଶପଲ୍ଲାରୁ ବଲାଙ୍ଗିର ପର୍ଯ୍ୟନ୍ତ ଟ୍ରାକ୍ ନିର୍ମାଣ ଲାଗି ସରକାର ୮୮୧ ଏକର ଜମି ବିନା ମୂଲ୍ୟରେ ଜମି ଯୋଗାଇ ଦେବେ। ସେହିପରି IIM ସମ୍ବଲପୁରକୁ ବସନ୍ତପୁର ଓ ବଡ଼ସିଂହାରୀ ମୌଜାରୁ ୧୮୧.୭୭ ଏକର ଜମି ଯୋଗାଇବାକୁ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି। ଏହା ବ୍ୟତୀତ କୋରାପୁଟର ୩ଟି ବ୍ଲକ୍‌ରେ ମେଗା ପାଇପ୍ ଲାଇନ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହା ଦ୍ୱାରା ୨୬୮ ଗାଁର ୨ ଲକ୍ଷ ୮୦ ହଜାର ଲୋକ ଉପକୃତ ହେବେ। ୨୪ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ବିଭିନ୍ନ ବିଭାଗର ୯ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ଲାଗିଛି।

Related story