ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ । ସନ୍ଧ୍ୟା ୬ଟା ୪୫ ମିନିଟରେ ଭିଡିଓ କନଫରେନ୍ସିଂରେ ଏହି ବୈଠକ ହେବାର ଅଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିବେ ବୋଲି ଜଣାଯାଇଛି। ଏହି ବୈଠକରେ ମୋଟ ୧୦ଟି ପ୍ରସ୍ତାବକୁ ମଂଜୁରୀ ମିଳିପାରେ ।
ଫୁଲବାଣୀ ଓ କୋରାପୁଟରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ସ୍ଥାପନ ନିମନ୍ତେ ପ୍ରସ୍ତାବ ରହିଛି । ଏହି ମେଡିକାଲ କଲେଜର ଭିତ୍ତିଭୂମି ଓ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ହଜାରେ କୋଟି ଟଙ୍କାର ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି । ସେହିପରି ବରଗଡ଼ ଜିଲ୍ଲାର ୨ଟି ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରିବାର ସମ୍ଭାବନା ଅଛି। ଏହାର ବଜେଟ ପ୍ରାୟ ହଜାରେ କୋଟି ଟଙ୍କା ହେବ ବୋଲି ଜଣାଯାଇଛି । ଏହାବ୍ୟତୀତ କ୍ୟାବିନେଟ ବୈଠକରେ ସ୍ୱାସ୍ଥ୍ୟ, ଜଳସଂପଦ ବିଭାଗର ଆଉ କେତେକ ପ୍ରସ୍ତାବ ମଧ୍ୟ ଆସିବାର ଅଛି ।