ଆସନ୍ତାକାଲି ମନ୍ତ୍ରିପରିଷଦ ଓ ମନ୍ତ୍ରିମଣ୍ଡଳ ବୈଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଅପରାହ୍ନ ୫ଟା ୪୫ମିନିଟରେ ରାଜ୍ୟ ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଏହି ମନ୍ତ୍ରିପରିଷଦ ବୈଠକ ବସିବା ପରେ ମନ୍ତ୍ରିମଣ୍ଡଳ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଆସନ୍ତା ଡିସେମ୍ବର ୧ତାରିଖରୁ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବାବେଳେ ପ୍ରଥମ ଦିନ ହିଁ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ ହେବ। ଆଉ ଏହା […]

Sachivalaya

Sachivalaya

Ordigital Desk
  • Published: Monday, 22 November 2021
  • Updated: 16 December 2021, 04:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଅପରାହ୍ନ ୫ଟା ୪୫ମିନିଟରେ ରାଜ୍ୟ ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଏହି ମନ୍ତ୍ରିପରିଷଦ ବୈଠକ ବସିବା ପରେ ମନ୍ତ୍ରିମଣ୍ଡଳ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ଡିସେମ୍ବର ୧ତାରିଖରୁ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବାବେଳେ ପ୍ରଥମ ଦିନ ହିଁ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ ହେବ। ଆଉ ଏହା ପୂର୍ବରୁ ଆସନ୍ତାକାଲି ମନ୍ତ୍ରିପରିଷଦ ବୈଠକରେ ଏହି ଚିଠା ବଜେଟକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ମନ୍ତ୍ରିପରିଷଦ ବୈଠକ ପରେ ରାଜ୍ୟ ମନ୍ତ୍ରିମଣ୍ଡଳ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ରାଜ୍ୟ ମନ୍ତ୍ରିମଣ୍ଡଳ ବୈଠକରେ ଜଳସେଚନ, ପୂର୍ତ୍ତ, ନଗର ଉନ୍ନୟନ, ସାଧାରଣ ପ୍ରଶାସନ ଆଦି ବିଭାଗର ମୋଟ ୯ଟି ଏଜେଣ୍ଡା ସ୍ଥାନ ପାଇବ ବୋଲି ଜଣାପଡ଼ିଛି। ଅବଶ୍ୟ ଆଜି ରାତି ସୁଦ୍ଧା ମନ୍ତ୍ରୀମାନଙ୍କୁ ମନ୍ତ୍ରିମଣ୍ଡଳ ବୈଠକରେ ସ୍ଥାନ ପାଇବାକୁ ଥିବା ଏଜେଣ୍ଡା ସମ୍ପର୍କରେ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ।

ସୂଚନାଯୋଗ୍ୟ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବାଣ୍ଟିବା ପାଇଁ ଏବେ ଅଧିକାଂଶ ମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ ରହିଥିବାରୁ ସେମାନେ ସମ୍ପୃକ୍ତ ଜିଲ୍ଲା ଅବା ବ୍ଲକ୍ ମୁଖ୍ୟାଳୟରୁ ଭର୍ଚୁଆଲ ମୋଡରେ ବୈଠକରେ ସାମିଲ ହେବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos