ବଲାଙ୍ଗିର ପୁଲିସ୍‌କୁ ସଫଳତା; କ୍ୟାଡର ନକ୍ସଲ ନିହତ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲାରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ନକ୍ସଲ ଓ ସୁରକ୍ଷା ବାହିନୀ। ପୁଲିସ ଗୁଳିରେ ଜୀବନ ହାରିଛି ଜଣେ କ୍ୟାଡର ନକ୍ସଲ। ଗତକାଲି ରାତିରେ ଖପ୍ରାଖୋଲ ବ୍ଲକ ତେଲେନପାଲି ପଞ୍ଚାୟତର ଜୁନାନୀବାହାଲରେ ଘଟିଛି ଏହି ଘଟଣା। ନିହତ ନକ୍ସଲ ପାଖରୁ ଗୋଟିଏ ବନ୍ଧୁକ, ଗୋଟିଏ ଡିଟୋନେଟର ଓ ୭ଟି ଗୁଳି ଜବତ କରାଯାଇଛି। ତା’ ମୃତଦେହକୁ ବଲାଙ୍ଗିର ଅଣାଯାଇଛି।ମୃତ ନକ୍ସଲର ନାଁ ଶଙ୍କର ବୋଲି ଡିଜିପି କହିଛନ୍ତି। ସେ ଏରିଆ କମାଣ୍ଡର […]

Encounter Place

Jitendra Garnayak
  • Published: Sunday, 28 November 2021
  • , Updated: 28 November 2021, 12:57 PM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲାରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ନକ୍ସଲ ଓ ସୁରକ୍ଷା ବାହିନୀ। ପୁଲିସ ଗୁଳିରେ ଜୀବନ ହାରିଛି ଜଣେ କ୍ୟାଡର ନକ୍ସଲ। ଗତକାଲି ରାତିରେ ଖପ୍ରାଖୋଲ ବ୍ଲକ ତେଲେନପାଲି ପଞ୍ଚାୟତର ଜୁନାନୀବାହାଲରେ ଘଟିଛି ଏହି ଘଟଣା।

ନିହତ ନକ୍ସଲ ପାଖରୁ ଗୋଟିଏ ବନ୍ଧୁକ, ଗୋଟିଏ ଡିଟୋନେଟର ଓ ୭ଟି ଗୁଳି ଜବତ କରାଯାଇଛି। ତା’ ମୃତଦେହକୁ ବଲାଙ୍ଗିର ଅଣାଯାଇଛି।ମୃତ ନକ୍ସଲର ନାଁ ଶଙ୍କର ବୋଲି ଡିଜିପି କହିଛନ୍ତି। ସେ ଏରିଆ କମାଣ୍ଡର ଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଜୁନାନୀବାହାଲ ଗାଁରେ ଜଣଙ୍କ ଘରକୁ ତିନିରୁ ଚାରି ଜଣ ମାଓବାଦୀ ଆସିଥିବା ଖବର ପାଇଥିଲା ଖପ୍ରାଖୋଲ ପୁଲିସ। ଏହା ପରେ ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶରେ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଡିଭିଏଫ ଟିମ୍ ସହିତ ସେଠାରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ କ୍ୟାଡର ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ତେବେ ଅନ୍ୟମାନେ ସେଠାରୁ ଫେରାର ହୋଇଯିବାରେ ସଫଳ ହୋଇଥିଲେ। ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନ୍‌କୁ ପୁଲିସ୍ ଜୋରଦାର କରି ଦେଇଛି।

ଡିଜିପି ଅଭୟ ଏହି ଅପରେସନ୍‌ରେ ସାମିଲ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଓ ଅନ୍ୟ ପୁଲିସ୍ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି।ପ୍ରକ୍ରିୟା ଅନୁସାରେ ସେମାନଙ୍କୁ ସମ୍ମାନିତ କରାଯିବ ବୋଲି ମଧ୍ୟ କହିଛନ୍ତି।

ଏହା ସହିତ ନକ୍ସଲମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ଅପିଲ୍ କରିଛନ୍ତି ଡିଜିପି ଅଭୟ। ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ ସେ ସେମାନଙ୍କୁ ଅନୁରୋଧ କରିଛନ୍ତି।

Related story