ବିଜେଡିକୁ କଂଗ୍ରେସ ଥୋପ: ରାଜ୍ୟସଭା ଉପାଧ୍ୟକ୍ଷ ପଦ ଦେଇ ମୋଦିଙ୍କୁ ଅଟକାଇବାକୁ ଚାଲ୍‌  

Ordigital Desk
  • Published: Friday, 01 June 2018
  • , Updated: 01 June 2018, 08:25 PM IST
<p>ରାଜ୍ୟସଭା ଉପାଧ୍ୟକ୍ଷ ପଦ ଲାଗି ଚର୍ଚ୍ଚାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ। କଂଗ୍ରେସ ଦେଇପାରେ ତାଙ୍କୁ ପ୍ରାର୍ଥୀ କରିବା ଲାଗି ପ୍ରସ୍ତାବ। ଜାତୀୟ ଗଣମାଧ୍ୟମରେ ଏ ଖବର ଆସିବା ପରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି କମ୍ପନ। କଂଗ୍ରେସର ଏଭଳି ବଦାନ୍ୟତା ପଛରେ କଣ ହୋଇପାରେ କାରଣ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ୨୦୧୯ରେ ବିଜେପି&nbsp; ବିରୋଧୀ ମହାମେଣ୍ଟରେ ବିଜେଡିକୁ ସାମିଲ କରିବା ଲାଗି କଂଗ୍ରେସ ଏମିତି ଗୋଟି ଚାଳନା କରିବ ବୋଲି କୁହାଯାଉଛି।&lt;a href=&quot;&quot;&gt;(image) &lt;/a&gt;ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପଦଲାଗି କଂଗ୍ରେସ, ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବାଛିପାରେ। ରାଜ୍ୟସଭାରେ ବିଜେଡିର ୯ ଜଣ ସଦସ୍ୟ&nbsp; ଅଛନ୍ତି। ଯେଉଁମାନେ କି ବହୁମତ ଲାଗି ଆବଶ୍ୟକ ମ୍ୟାଜିକ୍ ନମ୍ବର ୧୨୨ ହାସଲ ଲାଗି &nbsp;ଗୁରୁତ୍ୱପୂର୍ଣ୍ଣ ହେବେ। ତେଣୁ ଉଚ୍ଚ ସଦନର ଉପାଧ୍ୟକ୍ଷ ପଦ ଯେମିତି ଏନଡିଏ ହାତକୁ ନଯିବ ସେଥିଲାଗି ବିଜେଡିକୁ ମୋହରା କରି କଂଗ୍ରେସ କର୍ଣ୍ଣାଟକ ଫର୍ମୁଲାରେ ନିଜ ଲକ୍ଷ୍ୟ ହାସଲ କରିବା ଚକ୍କରରେ ରହିଥିବା କୁହାଯାଉଛି। ରାଜ୍ୟସଭାରେ ବିଜେଡି ପ୍ରାର୍ଥୀଙ୍କୁ ଉପାଧ୍ୟକ୍ଷ କଲେ ବିଜେପି ବିରୋଧୀ ମହାମେଣ୍ଟକୁ ବିଜେଡିକୁ ଟାଣିବା ଲାଗି ବାଟ ଫିଟିବ ବୋଲି କଂଗ୍ରେସ ଆଶା&nbsp; ରଖିଛି।</p> <p>&lt;a href=&quot;http://odishareporter.in/wp-content/uploads/2018/06/grenprasanna.jpg&quot;&gt;(image) &lt;/a&gt;ଏପଟେ ରାଜ୍ୟସଭା ଉପାଧ୍ୟକ୍ଷ ପଦଲାଗି ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଥିଲେ ବି କାର୍ଡ ଖୋଲିନାହାନ୍ତି ପ୍ରସନ୍ନ। ସେ କହିଛନ୍ତି ମୋ ନିକଟରେ ସେନେଇ କୌଣସି ସୂଚନା ନାହିଁ। ଯଦି ସେମିତି&nbsp; ହୋଇଥିବ, ଦଳ ମୁଖିଆ ନିଷ୍ପତ୍ତି ନେବେ। ସେପଟେ ଦଳ ମୁଖପାତ୍ର କହିଛନ୍ତି ଯେ, ବିଜେଡିକୁ&nbsp; କେହି ପ୍ରସ୍ତାବ ଦେଇନାହାଁନ୍ତି। ଦଳ ଏବେବି ସମଦୂରତା ନୀତିରେ କାଏମ୍ ରହିଛି।&lt;a href=&quot;http://odishareporter.in/wp-content/uploads/2018/06/Naveen-Anand.jpg&quot;&gt;(image) &lt;/a&gt;</p> <p>ପୂର୍ବରୁ ବିଜେଡି ନୋଟବନ୍ଦୀ, ଜିଏସ୍&zwnj;ଟି ଓ ଏନଡିଏ ସରକାରର ଅନେକ ବିଲ୍&zwnj;କୁ ସମର୍ଥନ କରିଥିବା ବେଳେ ବିରୋଧୀଙ୍କ ମିଳିତ ମଞ୍ଚରେ କେବେ ବି ସାମିଲ ହୋଇନାହିଁ। ସେହିପରି ରାଷ୍ଟ୍ରପତି ନିର୍ବାଚନରେ ଦଳ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ମଧ୍ୟ ଦେଇଥିଲା। ତେବେ ବିଜେପି ବିରୋଧୀ ମହାମେଣ୍ଟ ପାଇଁ ବିଜେଡିର ଭୂମିକା ଅପରିହାର୍ଯ୍ୟ ବୋଲି ବିରୋଧୀ ନେତାମାନେ ଭାବୁଛନ୍ତି। ସୋନିଆ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ବ୍ୟକ୍ତିଗତ ସ୍ତରରେ ଭଲ ସଂପର୍କ ଥିବା କୁହାଯାଉଛି। ସେହିପରି ରାହୁଲ ମଧ୍ୟ ନବୀନଙ୍କ ସହ ଯୋଗସୂତ୍ର ସ୍ଥାପନ ଲାଗି ଉଦ୍ୟମ ଜାରି ରଖିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏଭଳି ସ୍ଥିତିରେ&nbsp; ବିଜେଡିର ଅଭିମୁଖ୍ୟ କଣ ହେବ ତାଉପରେ ନଜର ରହିଛି।</p> <p>https://www.youtube.com/watch?v=qqNjX6wZbcQ</p>

Related story