କୋଣାର୍କ ମନ୍ଦିର ଭିତରକୁ ଯାଇ ପାରିବେ କି ପର୍ଯ୍ୟଟକ? ଏମିତି ହେଲା ନିଷ୍ପତ୍ତି

କୋଣାର୍କ(ସଞ୍ଜୟ ପତି): ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ କଢ଼ା ଯାଇପାରେ ବାଲି। ସୂର୍ଯ୍ୟମନ୍ଦିର ସୁରକ୍ଷା ଆୟୋଜିତ ଜାତୀୟ କର୍ମଶାଳାରେ ଆଜି ଦ୍ୱିତୀୟ ଦିନରେ ଏପରି ନିଷ୍ପତ୍ତି ନିଆଯାଇଛି। କର୍ମଶାଳା ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ୍‌ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ। ଗଣମାଧ୍ୟମକୁ ସେ କହିଛନ୍ତି-“ଲୋକେ ଚାହୁଁଛନ୍ତି କୋଣାର୍କ ମନ୍ଦିର ଭିତରୁ ବାଲି କଢ଼ାଯାଉ। ସମସ୍ତେ ଚାହୁଁଛନ୍ତି ଏହି ଐତିହ୍ୟ ଆଉ ୫୦୦/୭୦୦ ବର୍ଷ ରହୁ। ୧୯୦୫ରେ ଇଂରେଜମାନେ ଏହି ମନ୍ଦିରରେ ବାଲି ଭର୍ତ୍ତି […]

konark

Manoranjan Sial
  • Published: Saturday, 29 February 2020
  • , Updated: 29 February 2020, 05:56 PM IST

କୋଣାର୍କ(ସଞ୍ଜୟ ପତି): ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ କଢ଼ା ଯାଇପାରେ ବାଲି। ସୂର୍ଯ୍ୟମନ୍ଦିର ସୁରକ୍ଷା ଆୟୋଜିତ ଜାତୀୟ କର୍ମଶାଳାରେ ଆଜି ଦ୍ୱିତୀୟ ଦିନରେ ଏପରି ନିଷ୍ପତ୍ତି ନିଆଯାଇଛି। କର୍ମଶାଳା ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ୍‌ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ।

ଗଣମାଧ୍ୟମକୁ ସେ କହିଛନ୍ତି-“ଲୋକେ ଚାହୁଁଛନ୍ତି କୋଣାର୍କ ମନ୍ଦିର ଭିତରୁ ବାଲି କଢ଼ାଯାଉ। ସମସ୍ତେ ଚାହୁଁଛନ୍ତି ଏହି ଐତିହ୍ୟ ଆଉ ୫୦୦/୭୦୦ ବର୍ଷ ରହୁ। ୧୯୦୫ରେ ଇଂରେଜମାନେ ଏହି ମନ୍ଦିରରେ ବାଲି ଭର୍ତ୍ତି କରିଥିଲେ। ଏବେ ମନ୍ଦିର ଭିତରୁ ବାଲି ବାହାର କରିବାକୁ ସମସ୍ତେ ଚାହୁଁଛନ୍ତି। ଏନେଇ ରିପୋର୍ଟ ଆସିଲେ ସରକାର ବିଚାର କରିବେ।”

କୋଣାର୍କ ମନ୍ଦିରରେ ଥିବା ବହୁ ମୂର୍ତ୍ତି ବିଦେଶରେ ରହିଛି। ସେହି ମୂର୍ତ୍ତି ଗୁଡ଼ିକ ଫେରାଇ ଅଣାଯିବା ପାଇଁ ଉଦ୍ୟମ ହେବ କି? ଗଣମାଧ୍ୟମ ପ୍ରତିନିଧିଙ୍କ ଏପରି ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ପଟେଲ୍‌ କହିଛନ୍ତି-“କୋଣାର୍କ ମନ୍ଦିରରୁ ହଜି ଯାଇଥିବା ମୂର୍ତ୍ତି ଓ ଅନ୍ୟାନ୍ୟ ଜୀନିଷର ଏକ ତାଲାକା କରାଯାଉ। ଏନେଇ ପୂର୍ବରୁ ମୁଁ କହିଥିଲି। ଯଦି ସତରେ ଏମିତି କିଛି ହୋଇଥିବ, ତାହାହେଲେ ଫେରାଇ ଆଣିବାକୁ ଉଦ୍ୟମ କରାଯିବ। ଏଥିପାଇଁ ୟୁନେସ୍କୋରେ ଗାଇଡ୍‌ଲାଇନ୍‌ ମଧ୍ୟ ରହିଛି।”

କର୍ମଶାଳା ପରେ ଏଏସ୍‌ଆଇ ଟେକ୍ନିକାଲ କୋର୍‌ କମିଟି ସଦସ୍ୟ ଏନ୍‌.ସି. ପାଲ୍‌ କହିଛନ୍ତି-“ପୂର୍ବରୁ ଅନେକ ବିଶେଷଜ୍ଞ ଆସିଛନ୍ତି, ବାଲି କାଢ଼ିବାକୁ କହିଛନ୍ତି। ବାଲି କାଢ଼ି ଷ୍ଟିଲ କିମ୍ପା ପଥର ଖମ୍ବ ବସାଇବାକୁ ଏକ୍ସପର୍ଟ କହିଛନ୍ତି। ଆଜି ବାଲି କାଢ଼ିବା ନେଇ ବିସ୍ତୃତ ଆଲୋଚନା କରାଯାଇଛି। ତେବେ ମୋଟାମୋଟି ଏୟା ନିଷ୍ପତ୍ତି ଯେ ମନ୍ଦିର ଭିତରୁ ବାଲି କଢ଼ାଯାଉ। ବାଲି କାଢ଼ିବାକୁ କେଉଁଠି ପ୍ରବେଶ ପଥ ହେବ, ଆଲୋଚନା ହେଲା।”

ବିଶ୍ଵ ଐତିହ୍ୟ ସୂର୍ଯ୍ୟମନ୍ଦିର ଉପଯୁକ୍ତ ସଂରକ୍ଷଣ ପାଇଁ ଏଏସ୍‌ଆଇ ପକ୍ଷରୁ କୋଣାର୍କ ଯାତ୍ରୀନିବାସଠାରେ ଚାଲିଥିଲା ଦୁଇ ଦିନିଆ ଜାତୀୟ କର୍ମଶାଳା। ଏଥିରେ ସମ୍ପର୍କରେ ରୁର୍କିର୍‌ ସେଣ୍ଟ୍ରାଲ୍‌ ବିଲ୍‌ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌(CBRI) ପକ୍ଷରୁ ଜିପିଆର୍‌ ଷ୍ଟଡି, ଏଣ୍ଡୋସ୍କୋପି, ଷ୍ଟ୍ରାକ୍ଟରାଲ୍‌ ଆନାଲିସିସ୍‌, ଜିଓ ଟେକନିକାଲ ଅନୁସନ୍ଧାନ, ମନ୍ଦିରର ପିଢ ପଥରର ସୁରକ୍ଷା ଉପରେ ଆଲୋଚନା ହୋଇଥିଲା। ତେବେ ଭିଜୁଆଲ ରିପୋର୍ଟ ଉପସ୍ଥାପନ ପରେ ମନ୍ଦିର ଗର୍ଭଗୃହରେ ୫ ମିଟର ବାଲି ଦାବିଥିବା ଜଣାପଡ଼ିଛି। ମନ୍ଦିରର ଗର୍ଭଗୃହର ଉପରିଭାଗରେ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଦିଗରେ ବିଭିନ୍ନ ସ୍ଥାନରେ ପଥର ଗୁଡ଼ିକ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ଅନେକ ପଥର ଖସି ପଡ଼ିଥିବା ଦେଖାଯାଇଛି। ତେଣୁ ମନ୍ଦିର ସୁରକ୍ଷା ପାଇଁ ଶୀଘ୍ର ବାଲି ଭର୍ତ୍ତି କରିବା କିମ୍ବା ବାଲି କଢ଼ି ମରାମତି କରିବା ପାଇଁ ସିବିଆର୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ମନ୍ଦିରର ବାହ୍ୟ ସ୍ଥିତିର ସୁରକ୍ଷା ପାଇଁ ଚାଲିଥିବା କେମିକାଲ ଟ୍ରିଟମେଣ୍ଟ ନେଇ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି। ବାଲି କଢାଯାଇ ମନ୍ଦିର ଗର୍ଭଗୃହ ଷ୍ଟ୍ରକଚ୍‌ରକୁ ଷ୍ଟିଲ୍‌ ବିମ୍‌ ଦିଆଯାଇ ସୁରକ୍ଷା ଦିଆ ନଗଲେ ମନ୍ଦର ଖୁବ୍‌ ଅଳ୍ପ ଦିନରେ ଧ୍ଵଂସମୁଖକୁ ଯିବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

ଏହି କର୍ମଶାଳାର ଆଜି ଦ୍ଵିତୀୟ ଦିନରେ ସିବିଆର୍‌ଆଇ ଯାଞ୍ଚ ରିପୋର୍ଟ ପ୍ରକାଶ କରାଯିବା ସହ ସୂର୍ଯ୍ୟମନ୍ଦିରର ଐତିହାସିକ ପରିବର୍ତ୍ତନ, ଏଏସଆଇ ଦ୍ଵାରା ଚାଲିଥିବା ସଂରକ୍ଷଣ କାର୍ଯ୍ୟ ଓ ଜଗମୋହନର ଷ୍ଟ୍ରକ୍‌ରାଲ୍‌ ଷ୍ଟାବିଲିଟି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଏଏସ୍‌ଆଇ ପକ୍ଷରୁ untold story of konark ସମ୍ପର୍କିତ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଏଥିରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପହଲ୍ଲାଦ ସିଂ ପଟେଲ, ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ।

Related story