ଆଡମିଟ୍ କାର୍ଡ ଦେଖାଇ ଏମ୍ସ ଏଣ୍ଟ୍ରାନ୍ସ ଦେବାକୁ ଯାଇପାରିବେ ପରୀକ୍ଷାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ-୧୯ ମହାମାରୀଜନିତ ଲକଡାଉନ୍ ବଳବତ୍ତର ଥିଲେ ମଧ୍ୟ ଆଡମିଟ୍ କାର୍ଡ ଦେଇ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ଯାଇପାରିବେ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ପୁଲିସ୍ ଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସର୍ବଭାରତୀୟସ୍ତରର ଦୁଇଟି ଏଣ୍ଟ୍ରାନ୍ସ ପରୀକ୍ଷା ଆସନ୍ତା ୧୬ତାରିଖରେ ଆଇଏନଆଇ-ସିଇଟି ଓ ଜୁନ୍ ୨୬ରେ ଏମ୍ସ ଏଣ୍ଟ୍ରାନ୍ସ ଥିବାରୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ଯିବା ପାଇଁ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପ୍ରତି ଦୃଷ୍ଟି […]

aiims

Ordigital Desk
  • Published: Monday, 14 June 2021
  • , Updated: 14 June 2021, 10:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ-୧୯ ମହାମାରୀଜନିତ ଲକଡାଉନ୍ ବଳବତ୍ତର ଥିଲେ ମଧ୍ୟ ଆଡମିଟ୍ କାର୍ଡ ଦେଇ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ଯାଇପାରିବେ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ପୁଲିସ୍ ଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସର୍ବଭାରତୀୟସ୍ତରର ଦୁଇଟି ଏଣ୍ଟ୍ରାନ୍ସ ପରୀକ୍ଷା ଆସନ୍ତା ୧୬ତାରିଖରେ ଆଇଏନଆଇ-ସିଇଟି ଓ ଜୁନ୍ ୨୬ରେ ଏମ୍ସ ଏଣ୍ଟ୍ରାନ୍ସ ଥିବାରୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ଯିବା ପାଇଁ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି ଦୁଇ ଏଣ୍ଟ୍ରାନ୍ସ ପରୀକ୍ଷାର ସୁପରିଚାଳନା ପାଇଁ ସହଯୋଗ ଲୋଡ଼ିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ଏମ୍ସ ଏଣ୍ଟ୍ରାନ୍ସ ଓ ନିଯୁକ୍ତି ପରୀକ୍ଷାକୁ ଅତ୍ୟାବଶ୍ୟକ କାର୍ଯ୍ୟ ଭାବେ ବିବେଚନା କରାଯିବ। ଏମ୍ସ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ଜାରି ହୋଇଥିବା ଆଡମିଟ୍ କାର୍ଡକୁ ଜୁନ୍ ୧୬ ଓ ୨୭ରେ ପରିବହନବେଳେ କର୍ଫ୍ୟୁ ପାସ୍ ଭାବେ ବିଚାର କରାଯିବ।

କେବଳ ସେତିକି ନୁହେଁ ଏଣ୍ଟ୍ରାନ୍ସ ପରୀକ୍ଷାର ସହାୟକ କର୍ମଚାରୀ, ଏମ୍ସ ପର୍ଯ୍ୟବେକ୍ଷକ ଓ ଇଣ୍ଡଷ୍ଟ୍ରି ସହଯୋଗୀ ଟାଟା କନ୍ସଲଟାନ୍ସି ସର୍ଭିସକୁ ମଧ୍ୟ ପରୀକ୍ଷାବେଳେ ଗସ୍ତ ପାଇଁ ଅନୁମତି ମିଳିବ। ସେମାନଙ୍କୁ କ୍ୱାରେଣ୍ଟାଇନ୍ ଓ କୋଭିଡ୍ ଟେଷ୍ଟିଂରୁ ବାଦ୍ ଦିଆଯିବ। ପରୀକ୍ଷା ପରିଚାଳନା ସହ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କୁ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।

ଆସନ୍ତା ଜୁନ୍ ୧୬ ଓ ୨୭ରେ ଏମ୍ସ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ସମସ୍ତ ପ୍ରକାରର ପ୍ରଶାସନିକ ସୁବିଧା ଓ ନିରାପତ୍ତା ଯୋଗାଇ ଦେବାକୁ ସ୍ଥାନୀୟ ଅଧିକାରୀ, ବିମାନ ବନ୍ଦର ଓ ରେଳବାଇ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।

Related story