ଫିଟୁଛି କ୍ୟାପିଟାଲ କୋଅପରେଟିଭ୍ ହାଉସିଂ ଜମି କେଳଙ୍କାରୀର ଗୁମର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୟାପିଟାଲ କୋଅପରେଟିଭ୍ ହାଉସିଂ ଜମି କେଳଙ୍କାରୀର ଗୁମର ଫିଟିବାରେ ଲାଗିଛି। ବିମୁଦ୍ରାକରଣ ବେଳେ କଳାଟଙ୍କାକୁ ଧଳା କରିବା ପାଇଁ ସଂସ୍ଥା ମୋହରା କରିଥିଲା ପ୍ଲଟ ନେବାକୁ ଆଗ୍ରହୀ କିଛି ଆବେଦନକାରୀଙ୍କୁ। ଖାଲି ଏତିକି ନୁହେଁ ଏକ ବିଲଡର ସଂସ୍ଥା ସହ ବି ହୋଇଥିଲା ଡିଲ୍। ୧୪ ଜଣ ଆବେଦନକାରୀଙ୍କୁ ଗୋଟିଏ ଦିନରେ  ଜମି ଦିଆଯାଇଥିଲା। ସେଇଦିନ ହିଁ ସେମାନେ ବିଲଡର ସଂସ୍ଥାକୁ ଜମି ବିକି ଦେଇଥିଲେ। ସେହିପରି ସେମାନଙ୍କ ଅଗୋଚରରେ ବିମୁଦ୍ରାରଣ ବେଳେ ୨ ଲକ୍ଷରୁ ଅଧିକ ଟଙ୍କା କ୍ୟାପିଟାଲ  କୋଅପରେଟେଭ୍ ଆକାଉଣ୍ଟରେ ଡିପୋଜିଟ ହୋଇଥିଲା।

ଭୁବନେଶ୍ୱର ରଘୁନାଥପୁରର ଥିବା ଏହି ଜମି ହେଉଛି କ୍ୟାପିଟାଲ କୋଅପରେଟିଭ୍ ହାଉସିଂର। ଏକ ଏକରରୁ ଅଧିକ ଏହି ଜମିର ବଜାର ମୂଲ୍ୟ ୭ କୋଟିରୁ ଅଧିକ ହେବ। ସଂସ୍ଥା ଏହି ଜମିକୁ  ବିମୁଦ୍ରାକରଣ ବେଳେ ୧୪ ଜଣ ଲୋକଙ୍କୁ ବିକିଛି। ରେକର୍ଡ କହୁଛି, ଏମାନଙ୍କ ଭିତରୁ ୮ ଜଣ ୧୭ ନଭେମ୍ବର ୨୦୧୬ରେ ସଂସ୍ଥାକୁ ୨ ଲକ୍ଷ ୨୦ହଜାର,  ୨ଲକ୍ଷ  ୪୦ ହଜାର ଓ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ନଗଦ ଦେଇଥିଲେ। ୫ ଜଣ ୧୮ ତାରିଖରେ ଓ ଜଣେ ୨୩ ତାରଖରେ ନଗଦ ଟଙ୍କା ଜମା କରିଥିଲେ। ତାଲିକାର ଏକ ନମ୍ବରରେ  ନାଁ ଥିବା ପ୍ରଶାନ୍ତି ବିହାରର କ୍ୱାର୍ଟର୍ସର ନମ୍ବର ଏଲପି-୩୮୧ରେ ରହୁଥିଛନ୍ତି ମନୋରମା। ମନୋରମାଙ୍କ ସ୍ୱାମୀ ରାଜେଶ ରଂଜନ ରଥ ଓ ତାଙ୍କ ବାପା ବସନ୍ତ କୁମାର ରଥ ଜମି ପାଇଁ ଟଙ୍କା ଡିପୋଜିଟ କରିଛନ୍ତି। ଏ ତିନିଜଣଙ୍କ ନାଁ ୧୪ ଜଣଙ୍କ ତାଲିକା ଭିତରେ ରହିଛି। ହେଲେ ଏମାନେ କୌଣସି ଟଙ୍କା ଡିପୋଜିଟ କରି ନଥିବା କହିଛନ୍ତି।

ଜମି ଲାଗି ବିଲଡର ସଂସ୍ଥା ସହ ଡିଲ କଥା କହୁଛନ୍ତି ରାଜେଶ। ରାଜେଶଙ୍କ କଥାରୁ ଜଣାପଡୁଛି କ୍ୟାପିଟାଲ କୋଅପରେଟିଭର ମୂଲ୍ୟବାନ ଜମି ହିତାଧିକାରୀଙ୍କୁ ନୁହେଁ ବରଂ ବିଲଡରଙ୍କୁ ଦେଇ କଳାଟଙ୍କାକୁ ଧଳା କରିବା ଉଦ୍ୟମ ହୋଇଛି। ତାଲିକାରେ ନାଁ ଥିବା କାନନ ବିହାର ଫେଜ୍ ଓ୍ୱାନର ନିଭାରାନି ମହାନ୍ତି କହିଛନ୍ତି ଜମି ପାଇଁ ସେ କେଉଁଠି ଟଙ୍କା ଡିପୋଜିଟ କରିନହାଁନ୍ତି। କିନ୍ତୁ ୧୭ ନଭେମ୍ବରରେ ନିଭାରାଣି ୨ ଲକ୍ଷ ୪୦ ହଜାର ଦେଇଥିବା କ୍ୟାପିଟାଲ କୋଅପରେଟିଭି ହାଉସିଂର ତଥ୍ୟ କହୁଛି। ଏହି ତାଲିକାରେ ଥିବା କିଛି ଲୋକଙ୍କ ଠିକଣା ଓ ପତ୍ତା ବି ମିଳୁନି। ସଂସ୍ଥାର କିଛି ସଦସ୍ୟ ଅଭିଯୋଗ କରିଛନ୍ତି ବିଲଡର ହାତରେ ଜମି ଟେକି ଦେଇ କୋଟି କୋଟି ଟଙ୍କା ହଡପ ହୋଇଛି। ହେଲେ ସଂସ୍ଥା କହିଛି, ଏସବୁ ଷଡଯନ୍ତ୍ର।

ବିମୁଦ୍ରାକରଣ ବେଳେ ଜମି କିଣାବିକାରେ ବଡ଼ଧରଣ ଦୁର୍ନୀତି ନେଇ ସିବିଆଇର ଖୋଳତାଡ ପରେ କୋଅପରେଟିଭ ସୋସାଇଟିର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟ ଆଧାରରେ ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ଅଧିକ ତଦନ୍ତ କରିବା ଲାଗି ସୁପାରିଶ କରିବାକୁ ସମବାୟ ସଚିବଙ୍କୁ ରେଜିଷ୍ଟ୍ରାର ଲେଖିଛନ୍ତି।

Ordigital Desk
• Published: Thursday, 22 February 2018
• Updated: 22 February 2018, 10:19 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos