ଭାଇରାଲ ଅଡିଓ ସୋଶାଲ ମିଡିଆ ପୋଷ୍ଟ‌ ମାମଲାରେ ଥାନାରେ ହାଜର ହେଲେ ଓଟିଭି ଡିଜିଟାଲ୍‌ ଏଡିଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ଚିକିତ୍ସା ଅନୁଭୂତି ସଂପର୍କିତ ଅଡିଓ ନ୍ୟୁଜ୍‌ ମାମଲାରେ ଓଟିଭି ଡିଜିଟାଲ ଏଡିଟର ଅମରେଶ ବିଶ୍ୱାଳ ଆଜି କ୍ୟାପିଟାଲ୍‌ ଥାନାରେ ହାଜର ହୋଇଥିଲେ। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ତାଙ୍କୁ ପଚରାଉଚରା କରାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଜି ସେ ଥାନାରେ ହାଜର ହୋଇଥିଲେ। ଅଡିଓ ନ୍ୟୁଜ୍‌ ମାମଲାରେ ଗତ ୧୭ରେ ଓଡ଼ିଶା ଟେଲିଭିଜନ କର୍ମଚାରୀଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ ହାଇକୋର୍ଟ। ଅନ୍ତରୀଣ ସୁରକ୍ଷା ଦେଇ ତଦନ୍ତରେ ସହଯୋଗ କରିବାକୁ କୋର୍ଟ କହିଥିଲେ। […]

otv

Manoranjan Sial
  • Published: Friday, 21 August 2020
  • , Updated: 21 August 2020, 05:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ଚିକିତ୍ସା ଅନୁଭୂତି ସଂପର୍କିତ ଅଡିଓ ନ୍ୟୁଜ୍‌ ମାମଲାରେ ଓଟିଭି ଡିଜିଟାଲ ଏଡିଟର ଅମରେଶ ବିଶ୍ୱାଳ ଆଜି କ୍ୟାପିଟାଲ୍‌ ଥାନାରେ ହାଜର ହୋଇଥିଲେ। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ତାଙ୍କୁ ପଚରାଉଚରା କରାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଜି ସେ ଥାନାରେ ହାଜର ହୋଇଥିଲେ।

ଅଡିଓ ନ୍ୟୁଜ୍‌ ମାମଲାରେ ଗତ ୧୭ରେ ଓଡ଼ିଶା ଟେଲିଭିଜନ କର୍ମଚାରୀଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ ହାଇକୋର୍ଟ। ଅନ୍ତରୀଣ ସୁରକ୍ଷା ଦେଇ ତଦନ୍ତରେ ସହଯୋଗ କରିବାକୁ କୋର୍ଟ କହିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଗତ ୨ଦିନ ହେଲା ଓଡ଼ିଶା ରିପୋର୍ଟର ସଂପାଦକ ଦେବେନ୍ଦ୍ର ପୃଷ୍ଟି କ୍ୟାପିଟାଲ୍‌ ଥାନାରେ ହାଜର ହୋଇଥିଲେ। ଦେବେନ୍ଦ୍ରଙ୍କୁ ୧୯ରେ ୫ ଘଣ୍ଟା ଓ ଗତକାଲି ୫ ଘଣ୍ଟା ଧରି କ୍ୟାପିଟାଲ୍‌ ଥାନା ପୁଲିସ ପଚରାଉଚରା କରିଥିଲା।

ଘଟଣାରେ ପୂର୍ବରୁ ୨ ସାଧାରଣ ଲୋକ ଗିରଫ ହୋଇ ଜାମିନ ପାଇଛନ୍ତି।

Related story