ଷଣ୍ଢ ଧକ୍କାରେ ଜଳିଗଲା କାର୍!‌

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ଷଣ୍ଢ ଧକ୍କାରେ ଜଳିଗଲା କାର୍‌। ମାତ୍ର ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ଆଜି ଏପରି ଭୟଙ୍କର ଦୁର୍ଘଟଣା ୧୬ ନମ୍ୱର ଜାତୀୟ ରାଜପଥର ଟାଙ୍ଗୀରେ ଘଟିଛି। ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ନାସୀମା ଖାତୁନ ଓ ତାଙ୍କ ପୁଅ ଏକ କାର୍‌ରେ କଟକ ବଡ଼ଡାକ୍ତରଖାନା ଯାଉଥିଲେ। ୧୬ ନମ୍ୱର ଜାତୀୟ ରାଜପଥର ଟାଙ୍ଗୀରେ ଏକ ଷଣ୍ଢ ଦ୍ରୁତ ଗତିରେ ଆସି କାରରେ ପିଟି ହୋଇଯାଇଥିଲା। ଫଳରେ କାର୍‌ ଚାଳକ ହଠାତ […]

choudar

Manoranjan Sial
  • Published: Saturday, 05 December 2020
  • , Updated: 05 December 2020, 09:59 PM IST

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ଷଣ୍ଢ ଧକ୍କାରେ ଜଳିଗଲା କାର୍‌। ମାତ୍ର ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ଆଜି ଏପରି ଭୟଙ୍କର ଦୁର୍ଘଟଣା ୧୬ ନମ୍ୱର ଜାତୀୟ ରାଜପଥର ଟାଙ୍ଗୀରେ ଘଟିଛି।

ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ନାସୀମା ଖାତୁନ ଓ ତାଙ୍କ ପୁଅ ଏକ କାର୍‌ରେ କଟକ ବଡ଼ଡାକ୍ତରଖାନା ଯାଉଥିଲେ। ୧୬ ନମ୍ୱର ଜାତୀୟ ରାଜପଥର ଟାଙ୍ଗୀରେ ଏକ ଷଣ୍ଢ ଦ୍ରୁତ ଗତିରେ ଆସି କାରରେ ପିଟି ହୋଇଯାଇଥିଲା। ଫଳରେ କାର୍‌ ଚାଳକ ହଠାତ ବ୍ରେକ୍‌ ମାରିଥିଲା। ଏହି ସମୟରେ କାର୍‌ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା। କାର୍‌ ଇଞ୍ଜିନରେ ନିଆଁ ଲାଗିଥିବା ଦେଖି ନାସୀମା, ତାଙ୍କ ପୁଅ ଓ ଚାଳ ଉହ୍ଲାଇ ଯାଇଥିଲା। ଖବର ପାଇ ଚୌଦ୍ୱାର ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ସେତେବେଳକୁ କାର୍‌ ପୋଡି ପାଉଁଶ ହୋଇଯାଇଛି।

Related story