କପିଳାସ ପୀଠ ଯାଉଥିଲେ ୨ କାଉଡ଼ିଆ, ପିଟି ଦେଲା କାର୍‌

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): କାନ୍ଧରେ ପାଣି ଭାର ଧରି ବାବା କପିଲେଶ୍ୱରଙ୍କ ନିକଟରେ ଜଳଲାଗି କରିବାକୁ ଯାଉଥିବା ୨ କାଉଡ଼ିଆଙ୍କୁ ପିଟି ଦେଲା କାର୍‌। ଏହି ଦୁର୍ଘଟଣା ଖୋର୍ଦ୍ଧା ଜିଲ୍ଲା ଗୁରାପଲ୍ଲୀ ଟୋଲ ଗେଟ ନିକଟରେ  ଘଟିଥିବା ବେଳେ ଏଥିରେ ୨ କାଉଡ଼ିଆ  ଗୁରୁତର ହୋଇଛନ୍ତି।  ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବାଲିଡି ଗ୍ରାମର ମୁନା ମହାରଣା ଓ ମାନସ ଲେଙ୍କା । ମୁନା ଓ ମାନସ ଗ୍ରାମର ଅନ୍ୟ ଯୁବକଙ୍କ ସହ ବାବା […]

car

  • Published: Monday, 25 July 2022
  • , Updated: 25 July 2022, 11:55 AM IST

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): କାନ୍ଧରେ ପାଣି ଭାର ଧରି ବାବା କପିଲେଶ୍ୱରଙ୍କ ନିକଟରେ ଜଳଲାଗି କରିବାକୁ ଯାଉଥିବା ୨ କାଉଡ଼ିଆଙ୍କୁ ପିଟି ଦେଲା କାର୍‌। ଏହି ଦୁର୍ଘଟଣା ଖୋର୍ଦ୍ଧା ଜିଲ୍ଲା ଗୁରାପଲ୍ଲୀ ଟୋଲ ଗେଟ ନିକଟରେ  ଘଟିଥିବା ବେଳେ ଏଥିରେ ୨ କାଉଡ଼ିଆ  ଗୁରୁତର ହୋଇଛନ୍ତି।  ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବାଲିଡି ଗ୍ରାମର ମୁନା ମହାରଣା ଓ ମାନସ ଲେଙ୍କା ।

ମୁନା ଓ ମାନସ ଗ୍ରାମର ଅନ୍ୟ ଯୁବକଙ୍କ ସହ ବାବା ତୁମ୍ବେଶ୍ୱରଠାରୁ ପାଣି ଭାର ଧରି ବାବା କପିଳେଶ୍ୱର ଅଭିମୁଖେ  ଚାଲି ଚାଲି ଯାଉଥିଲେ। ଏହି ସମୟରେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଦୃତ ଗତିରେ ଯାଉଥିବା ଏକ କାର୍‌ ଗୁରାପଲ୍ଲୀ ଟୋଲ ଗେଟ୍‌ ନିକଟରେ ଭାରସାମ୍ୟ ହରାଇ ଦୁଇ କାଉଡ଼ିଆ ମୁନା ଓ ମାନସଙ୍କୁ ଧକ୍କା ଦେଇଥିଲା । ତୁରନ୍ତ ସେମାନଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେଠାରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ଜଣାଯାଇଛି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିଥିବା ବେଳେ ପୁଲିସ୍‌ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିବା ଜଣାଯାଇଛି।

Related story