କାର୍‌ ଧକ୍କାରେ କନଷ୍ଟେବଲ୍‌ଙ୍କ ମୃତ୍ୟୁ

ବାଙ୍କୀ (ସଞ୍ଜୀପ କୁମାର ନାୟକ): ଦ୍ରୁତ ଗତିରେ ଯାଉଥିବା ଏକ କାର୍ ଧକ୍କାରେ ଜଣେ ପୁଲିସ୍ କନଷ୍ଟେବଲ୍‌ଙ୍କ ମୃତ୍ୟୁ ଘଟିଛି। ଆଜି ଭୋରରେ ବାଙ୍କୀ-କଟକ ରାସ୍ତାର କଇଁମୁଣ୍ଡି ଫାଣ୍ଡି ନିକଟସ୍ଥ ଚାରିଘରିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ କନଷ୍ଟେବଲ୍‌ଙ୍କ ନାଁ ରମେଶଚନ୍ଦ୍ର ପରିଡ଼ା। ସେ କଇଁମୁଣ୍ଡି ଫାଣ୍ଡିରେ କାର୍ଯ୍ୟରତ ଥିଲେ। ସେ ମର୍ଣ୍ଣିଂୱାକ୍‌ କରୁଥିବା ବେଳେ କାର୍‌ଟି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ରମେଶଙ୍କର ମୃତ୍ୟୁ ଘଟିଥିଲା। କାର୍‌ଟି ଆଠଗଡ଼ ପଟୁ ଭୁବନେଶ୍ୱର […]

Accident

Jitendra Garnayak
  • Published: Sunday, 05 September 2021
  • , Updated: 05 September 2021, 02:06 PM IST

ବାଙ୍କୀ (ସଞ୍ଜୀପ କୁମାର ନାୟକ): ଦ୍ରୁତ ଗତିରେ ଯାଉଥିବା ଏକ କାର୍ ଧକ୍କାରେ ଜଣେ ପୁଲିସ୍ କନଷ୍ଟେବଲ୍‌ଙ୍କ ମୃତ୍ୟୁ ଘଟିଛି। ଆଜି ଭୋରରେ ବାଙ୍କୀ-କଟକ ରାସ୍ତାର କଇଁମୁଣ୍ଡି ଫାଣ୍ଡି ନିକଟସ୍ଥ ଚାରିଘରିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ମୃତ କନଷ୍ଟେବଲ୍‌ଙ୍କ ନାଁ ରମେଶଚନ୍ଦ୍ର ପରିଡ଼ା। ସେ କଇଁମୁଣ୍ଡି ଫାଣ୍ଡିରେ କାର୍ଯ୍ୟରତ ଥିଲେ। ସେ ମର୍ଣ୍ଣିଂୱାକ୍‌ କରୁଥିବା ବେଳେ କାର୍‌ଟି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ରମେଶଙ୍କର ମୃତ୍ୟୁ ଘଟିଥିଲା।

କାର୍‌ଟି ଆଠଗଡ଼ ପଟୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଜଣାପଡ଼ିଛି। କାର୍‌ରେ ଦୁଇ ଜଣ ଯୁବକ, ଜଣେ ଯୁବତୀ ଓ ଡ୍ରାଇଭରଙ୍କୁ ମିଶାଇ ମୋଟ ୪ ଜଣ ଥିଲେ। ରମେଶଙ୍କୁ ଧକ୍କା ଦେବା ପରେ କାର୍‌ଟି ନିୟନ୍ତ୍ରଣ ହରାଇ ରାସ୍ତାକଡ଼କୁ ଖସି ଯାଇଥିଲା। କାର୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ଆହତ ହୋଇଥିବାରୁ ସେମାନଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସ୍ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିବା ସହିତ ଡ୍ରାଇଭରଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ବାଙ୍କୀ ଆଇଆଇସି ଘଟଣାର ତଦନ୍ତ କରୁଛନ୍ତି।

Related story