ଓଲା ଡ୍ରାଇଭରକୁ ବୋକା ବନାଉଥିଲେ, ବାଟରେ ଡିକି ଖୋଲିଗଲା

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): ଓଲା ଡ୍ରାଇଭରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗାଡ଼ି ଲୁଟ୍‌ କରିବାକୁ ଯୋଜନା କରୁଥିଲେ ୪ ଦୁର୍ବୃତ୍ତ। ହେଲେ ଅଧା ରାସ୍ତାରେ ଗାଡ଼ିର ଡିକି ଖୋଲି ଯିବାରୁ ନୂଆ ଜୀବନ ପାଇଲେ ଓଲା ଡ୍ରାଇଭର। ସ୍ଥାନୀୟ ଲୋକେ ଘେରିଯାଇ ୩ ଦୁର୍ବୃତ୍ତଙ୍କୁ କାବୁ କରିନେଇଥିବା ବେଳେ ଆଉ ଜଣେ ଫେରାର ହୋଇ ଯାଇଛି। ଆଜି ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି। ଅଭିଯୋଗରୁ ପ୍ରକାଶ, ଆଜି ଭୋର ୩ଟା ୪୦ […]

car

Manoranjan Sial
  • Published: Wednesday, 23 September 2020
  • , Updated: 23 September 2020, 09:36 PM IST

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): ଓଲା ଡ୍ରାଇଭରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗାଡ଼ି ଲୁଟ୍‌ କରିବାକୁ ଯୋଜନା କରୁଥିଲେ ୪ ଦୁର୍ବୃତ୍ତ। ହେଲେ ଅଧା ରାସ୍ତାରେ ଗାଡ଼ିର ଡିକି ଖୋଲି ଯିବାରୁ ନୂଆ ଜୀବନ ପାଇଲେ ଓଲା ଡ୍ରାଇଭର। ସ୍ଥାନୀୟ ଲୋକେ ଘେରିଯାଇ ୩ ଦୁର୍ବୃତ୍ତଙ୍କୁ କାବୁ କରିନେଇଥିବା ବେଳେ ଆଉ ଜଣେ ଫେରାର ହୋଇ ଯାଇଛି। ଆଜି ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି।

ଅଭିଯୋଗରୁ ପ୍ରକାଶ, ଆଜି ଭୋର ୩ଟା ୪୦ ମିନିଟ୍‌ରେ ଭୁବନେଶ୍ୱରରୁ ଓଲା ଗାଡ଼ି ବୁକିଂ କରାଯାଇଥିଲେ ୪ ଜଣ ବ୍ୟକ୍ତି। ସେମାନେ ଉକ୍ତ ଗାଡ଼ିରେ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିଲେ। ତେବେ ସାଲେପୁର ପୂର୍ବରୁ ଯୁବକମାନେ ଓଲା ଡ୍ରାଇଭରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗାଡ଼ି ଛିଡ଼ା କରିବାକୁ କହିଥିଲେ। ଜୀବନ ବିକଳରେ ଡ୍ରାଇଭର ଗାଡ଼ି ଛିଡ଼ା କରିଥିଲେ। ଏହା ପରେ ୪ ଯୁବକ ଚାଳକଙ୍କ ହାତ, ଗୋଡ଼ ଓ ପାଟିକୁ ବାନ୍ଧି ଗାଡ଼ି ଡିକିରେ ପକାଇ ଦେଇଥିଲେ।

ତେବେ ଗାଡ଼ିଟି ପଟ୍ଟାମୁଣ୍ଡାଇ ମାର୍କେଟ ଦେଇ ଯାଉଥିଲା। ମାର୍କେଟ ଭିଡ ପ୍ରବଳ ହୋଇଥିବାରୁ ଗାଡ଼ିଟି ଧୀରେ ଧୀରେ ଯାଉଥିଲା। ଏହି ସମୟରେ ଗାଡ଼ିର ଡିକି ଖୋଲି ଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଓଲା ଗାଡ଼ିକୁ ଘେରି ଯାଇଥିଲେ। ସ୍ଥିତି ଦେଖି ୪ ଯୁବକ ଗାଡ଼ି ଛାଡ଼ି ପଳାଇବାକୁ ଉଦ୍ୟମ କରୁଥିଲେ। ତେବେ ସ୍ଥାନୀୟ ଲୋକେ ସେମାନଙ୍କ ଭିତରୁ ୩ ଜଣଙ୍କୁ କାବୁ କରିନେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ଥାନା ପୁଲିସ ପହଞ୍ଚି ୩ ଯୁବକଙ୍କୁ ଗିରଫ କରିଛି।

Related story