ଝରଝରି ଘାଟି ତଳକୁ ଖସିଲା କାର୍

ଅନୁଗୋଳ (ବିରଜା ପ୍ରସାଦ ଦାଶ): ପଶ୍ଚିମବଙ୍ଗର ବାଙ୍କୁଡ଼ା ସୁନାମୁଖୀ ଅଞ୍ଚଳରୁ ଜଣେ ବ୍ୟକ୍ତି କାର୍‌ ଯୋଗେ ବଲାଙ୍ଗିର ଜିଲ୍ଲା ବାଘମୁଣ୍ଡା ଅଞ୍ଚଳକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଆଜି ସକାଳେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ଝରଝରି ଘାଟି ନିକଟରେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ସେ ଓ କାର୍‌ରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଗଚକ ଫାଟିଯିବାରୁ କାର୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ […]

accident

Jitendra Garnayak
  • Published: Friday, 15 May 2020
  • , Updated: 15 May 2020, 09:03 AM IST

ଅନୁଗୋଳ (ବିରଜା ପ୍ରସାଦ ଦାଶ): ପଶ୍ଚିମବଙ୍ଗର ବାଙ୍କୁଡ଼ା ସୁନାମୁଖୀ ଅଞ୍ଚଳରୁ ଜଣେ ବ୍ୟକ୍ତି କାର୍‌ ଯୋଗେ ବଲାଙ୍ଗିର ଜିଲ୍ଲା ବାଘମୁଣ୍ଡା ଅଞ୍ଚଳକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଆଜି ସକାଳେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ଝରଝରି ଘାଟି ନିକଟରେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ସେ ଓ କାର୍‌ରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଗଚକ ଫାଟିଯିବାରୁ କାର୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିଲା। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇବା ସହିତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story